ଏବେ ଯାଏ ଆସିନି ସୁଭଦ୍ରା ଟଙ୍କା? ପୁନର୍ବାର କରିପାରିବେ କି ଆବେଦନ, ଜାଣିନିଅନ୍ତୁ ବଡ଼ ଅପଡେଟ୍‌…

ଭୁବନେଶ୍ୱର,୨୪।୯: ପ୍ରଥମ କିସ୍ତିରେ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନରେ ଓଡିଶାରେ ମହିଳାମାନଙ୍କୁ ବଡ ଭେଟି ପ୍ରଦାନ କରିଛନ୍ତି । ଏହି ଅବସରରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ତେବେ ଅଧିକାଂଶ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିଥିବାବେଳେ ଅନେକଙ୍କୁ ଏହି ଟଙ୍କା ମିଳିନାହିଁ । ଯାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି ।

ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ସୂଚନା ଅନୁସାରେ, ୧୭ ତାରିଖ ଅର୍ଥାତ ଆଜି ପରେ ଆବେଦନ କରୁଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ । ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବାକ ର୍ନିଦ୍ଦିଷ୍ଟ କୌଣସି ସମୟ ସୀମା ନାହିଁ । ଜଣେ ଚାହିଁଲେ ଯେତେବେଳେ ବି ରେଜିଷ୍ଟ୍ରେସନ କରିପାରିବେ ।

ତେବେ ଯେଉଁମାନଙ୍କର ୧୭ତାରିଖ ଦିନ ଟଙ୍କା ଆସିନାହିଁ ସେମାନେ କ’ଣ ଦ୍ୱିତୀୟ ଥର ଆବେଦନ କରିପାରିବେ? ଯଦି ଆପଣଙ୍କ ପ୍ରଥମ ଆବେଦନରେ ଟଙ୍କା ମିଳିନାହିଁ କିମ୍ବା ଆପଣ ଅଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି ତେବେ ପରବର୍ତ୍ତୀ ସମୟରେ ଆବେଦନ କରିପାରିବେ। ଏବଂ ଯଦି ପରବର୍ତ୍ତୀ ସମୟରେ ଆପଣ ଯୋଗ୍ୟ ବିବେଚିତ ହୁଅନ୍ତି ତେବେ ଆବେଦନ ତାରିଖ ନିର୍ବିଶେଷରେ ସେ ସେହି ବର୍ଷର କିସ୍ତି ଗ୍ରହଣ କରିବେ

ସୂଚନାଥାଉ କି, ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ସେଭଳି କୌଣସି ଆବେଦନ ସୀମା ନାହିଁ । ଯେଉଁମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିନାହିଁ ସେମାନେ ପୁଣିଥରେ ଆବେଦନ କରିଲେ ପରେ ମିଳିବ । ଏପରିକି ଯେଉଁମାନେ ପ୍ରଥମ କିସ୍ତି ଟଙ୍କା ନପାଇବେ ସେମାନଙ୍କୁ ପରବର୍ତ୍ତୀ କିସ୍ତିରେ ଏକାବେଳେ ଦୁଇଟି କିସ୍ତି ମିଳିବ । କିନ୍ତୁ ଆପଣଙ୍କ ଦରକାରୀ ଡକ୍ୟୁମେଣ୍ଟ ଦେଇଥିବା ଜରୁରୀ। ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା’ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ ।

ସୁଭଦ୍ରା ଯୋଜନାରେ ୨୧ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ମହିଳା ସାମିଲ ହୋଇପାରିବେ । ଏ ନେଇ ଗାଇଡଲାଇନରେ ସ୍ପଷ୍ଟ କରିସାରିଛନ୍ତି ରାଜ୍ୟ ସରକାର । ବର୍ଷକୁ ଦୁଇଟି କିସ୍ତିରେ ମହିଳାଙ୍କୁ ଟଙ୍କା ମିଳିବ । ପ୍ରତ୍ୟେକ କିସ୍ତିରେ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସିବ । ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସରେ ଏହି ଟଙ୍କା ମିଳିବ । ଯେଉଁମାନେ ଡିସେମ୍ବର ପର୍ଯ୍ୟନ୍ତ ଆବେଦନ କରିଥିବେ ସେମାନେ ମଧ୍ୟ ପ୍ରଥମ କିସ୍ତିର ଲାଭ ପାଇବେ । ଯେଉଁ ମହିଳାମାନଙ୍କ ଖାତାକୁ ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ଆସିଛି, ସେମାନେ ଦ୍ୱିତୀୟ କିସ୍ତି ଭାବରେ ମାର୍ଚ୍ଚରେ ୧୦ରେ ଟଙ୍କା ପାଇବେ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ-ବୋହୂକୁ ଅଲୋଡା ବୃଦ୍ଧା ମାଆ: ତାଲା ବନ୍ଦ ଘରୁ ଉଦ୍ଧାର କଲା ପୋଲିସ

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର) ଜନ୍ମ କଲା ମାଆ ବୃଦ୍ଧା ହେବା ପରେ ପୁଅ- ବୋହୂଙ୍କ ପାଇଁ ଅଲୋଡା ହୋଇ ଆସୁଥିବା ଘଟଣା ବିଭିନ୍ନ ସମୟରେ ଦେଖିବାକୁ...

ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପିଠରେ ଶୋଡଶ ଉପଚାରପର୍ବ ଆରମ୍ଭ

ପୁରୁଷୋତ୍ତମପୁର,୨୪।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରହିଥିବା କିମ୍ବଦନ୍ତିପୂର୍ଣ ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ଓ ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’...

ମହାସମାରୋହରେ ପାଳିତ ହେଲା ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଭବାନୀପାଟଣା/ଜୁନାଗଡ଼, ୨୪।୯(ଉତ୍ତମ କୁମାର ଦାଶ /ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡର ଅଧୃଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ସନ୍ଧାରେ ମହାସମାରୋହରେ...

ସେପ୍ଚେମ୍ବର ୨୭, ୨୮ରେ ଜିଲାପାଳ ସମ୍ମିଳନୀ: ‘ସୁଭଦ୍ରା’ ସଫଳତା ପାଇଁ ପ୍ରଶଂସା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୪।୯: ମଙ୍ଗଳବାର ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହିଳା...

ଓଡ଼ିଶା ଭିତରେ ଗ୍ରୁପ୍-ଏ ଅଧିକାରୀମାନେ ବିମାନରେ ଯାତ୍ରା କରିପାରିବେ: ସରକାର ଦେଲେ ଅନୁମତି

ଭୁବନେଶ୍ୱର,୨୪।୯: ଏଣିକି ସରକାରୀ କାର୍ଯ୍ୟରେ ରାଜ୍ୟ ଭିତରେ ବିମାନଯୋଗେ ଯାତ୍ରା କରିପାରିବେ ସରକାରୀ ଅଧିକାରୀ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ରାଜ୍ୟ ଅର୍ଥ...

କେବେ ହେବ ଦଶମ ଷାଣ୍ମାସିକ ପରୀକ୍ଷା? ବୋର୍ଡ ଦେଲା ବଡ଼ ସୂଚନା

ଭୁବନେଶ୍ୱର,୨୪।୯: ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଷାଣ୍ମାସିକ ପରୀକ୍ଷା କେବେ ହେବ ଏନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ତେବେ ତାକୁ ନେଇ...

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ହତ୍ୟାର ୮ ଦିନ ପରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ତେନ୍ତୁଳିଖୁଣ୍ଟି,୨୪।୯(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟାଗାଁରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଏବଂ ହତ୍ୟାର ୮ ଦିନ ପରେ ପୋଲିସ ହାତରେ ପଡିଛନ୍ତି...

ପୋଲିସକୁ ତୀରମାଡ, ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି

ବଣାଇ,୨୪।୯ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ବଡଜଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମସ୍ତିସ୍କ ବିକୃତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri