Categories: ଜାତୀୟ

ଦିଦିଙ୍କ ପାଖରେ ୯ ଗ୍ରାମ୍‌ ଅଳଙ୍କାର…

କୋଲକାତା,୧୧।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଭବାନୀପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ସମୟରେ ସେ ସତ୍ୟପାଠରେ ନିଜ ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସତ୍ୟପାଠ ଅନୁଯାୟୀ ତାଙ୍କ ପାଖରେ ନଗଦ ୬୯, ୨୨୫ ଟଙ୍କା ରହିଛି।

ତାଙ୍କର ଏକ ବ୍ୟାଙ୍କ ଆକାଉଣ୍ଟରେ ୧୨, ୦୨,୩୫୬ ଟଙ୍କା ଜମା ରହିଛି। ଏହା ସହିତ ମୋଟ ବ୍ୟାଙ୍କ ବାଲାନ୍ସ ୧୩, ୫୩, ୩୫୬ ଟଙ୍କା ବୋଲି ଦର୍ଶାଯାଇଥିଲା। ଜାତୀୟ ସଞ୍ଚୟ ପ୍ରମାଣପତ୍ର ବାବଦରେ ମମତା ବାନାର୍ଜୀଙ୍କ ପାଟରେ ୧୮,୪୯୦ ଟଙ୍କା ରହିଛି। ଅପରପକ୍ଷରେ,ଦିଦିଙ୍କ ପାଖରେ ୯ ଗ୍ରାମ ଅଳଙ୍କାର ରହିଛି। ଯାହାର ବଜାରରେ ଦାମ ୪୩,୮୩୭ ଟଙ୍କା ହେବ ବୋଲି ସତ୍ୟପାଠରେ କୁହାଯାଇଛି।

Share