ମୋଦିଙ୍କୁ ଘେରିଲେ ଦିଦି: ଭାକ୍ସିନ୍‌-ଔଷଧ-ଯୋଜନା କିଛି ନାହିଁ, କଥା ବି କହିବାକୁ ଦେଉ ନାହାନ୍ତି ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଙ୍କଟର ସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ରାଜ୍ୟର ଜିଲାପାଳଙ୍କ ସହିତ ଗୁରୁବାର ଭିଡ଼ିଓ କନଫେରେନ୍ସିଂରେ ଏକ ବୈଠକରେ ଯୋଗଦେଇଥିଲେ। ଏଥିରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ପଶ୍ଚିମବଙ୍ଗର କୌଣସି ଜିଲାପାଳ ଯୋଗଦେଇ ନ ଥିଲେ। ବୈଠକ ଶେଷ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ମୋଦିଙ୍କ ବର୍ର୍ଷିଛନ୍ତି। ମମତା କହିଛନ୍ତି ଯେ, ବୈଠକରେ କେବଳ ଭାଜପା ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ହିଁ କହୁଛନ୍ତି। ଅନ୍ୟ କାହାକୁ କହିବାର ସୁଯୋଗ ଦିଆଯାଉ ନାହିଁ। ସମୀକ୍ଷା ବୈଠକରେ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା ହେଉନାହିଁ। ବୈଠକରେ ଭାକ୍ସିନ୍‌, ଅକ୍ସିଜେନ୍‌ ଏବଂ ଔଷଧର ଅଭାବ ଅବା ସରକାରଙ୍କ କରୋନା ମୁକାବିଲା ଯୋଜନା ଉପରେ ଚର୍ଚ୍ଚା ହେଉନାହିଁ। ମୋଦି ଅନ୍ୟ କାହାକୁ ନିଜର ମତାମତ ରଖିବାର ସୁଯୋଗ ବି ଦେଉ ନାହାନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ସେ ଉପସ୍ଥିତ ଥିବାରୁ ରାଜ୍ୟର କୌଣସି ଜିଲାପାଳ ଏଥିରେ ଯୋଗ ଦେଇ ନ ଥିବା ମମତା କହିଛନ୍ତି।

Share