Categories: ଜାତୀୟ

ଦିଦି ନେଲେ କଡ଼ା ପଦକ୍ଷେପ: ଡିଜିପି-ଏଡିଜିଙ୍କୁ କଲେ ବଦଳି…

କୋଲକାତା,୫।୫: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମମତା ବାନାର୍ଜୀ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଡିଜିପି ଏବଂ ଏଡିଜିଙ୍କୁ ବଦଳି କରିବା ସହିତ କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟରେ କଟକଣା ଜାରି କରିଛନ୍ତି। ରାଜ୍ୟରେ ଘଟୁଥିବା ହିଂସା ରୋକିବା ପାଇଁ ସେ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ଡିଜିପି ନୀରଜ ଜୟନ ପାଣ୍ଡେଙ୍କୁ ଦମକଳ ବିଭାଗକୁ ପଠାଇ ଦିଆଯାଇଛି। ସେହିପରି ଏଡିଜି ଜଗମୋହନଙ୍କୁ ସିଭିଲ୍‌ ଡିଫେନ୍ସକୁ ପଠାଇ ଦିଆଯାଇଛି। ବିରେନ୍ଦ୍ରଙ୍କୁ ନୂଆ ଡିଜିପି ଏବଂ ଜାଭେଦ୍‌ ଶମିମ୍‌ଙ୍କୁ ଏଡିଜି ନିଯୁକ୍ତ କରାଯାଇଛି।

Share