କୋଲକାତା,୧୩ ।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୁବ୍ଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ବୋଲି ଜଣାପଡିଛି । ମାର୍ଚ୍ଚ ୧୫ରୁ ଅର୍ଥତ୍ ମାତ୍ର ୨ ଦିନ ପରେ ପୁଣି ସେ ବିଭିନ୍ନ ସ୍ଥାନରେ ନିର୍ବାଚନ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇ ସାରିଲାଣି । ଗୋଟିଏ ଦିନ ପୂର୍ବରୁ ହ୍ୱିଲ ଚେୟାରରେ ବସୁଥିବା ମମତା ୧୫ ମାର୍ଚ୍ଚକୁ ପୁରୁଲିୟା, ୧୬ ମାର୍ଚ୍ଚରେ ବାଙ୍କୁରା ଓ ୧୭ ମାର୍ଚ୍ଚରେ ଝାରଗ୍ରାମରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ମମତା ନନ୍ଦିଗ୍ରାମରେ ପ୍ରର୍ଥୀପତ୍ର ଦାଖଲ କରିବାକୁ ଯାଇଥିବା ସମୟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା ଓ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗୋଟିଏ ଦିନ ପୂର୍ବରୁ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ସହ ହ୍ୱିଲ ଚେୟାରେ ବସି ନିର୍ବାଚନ ପ୍ରଚାର କରିବେ ବୋଲି କହିଥିଲେ ।