Categories: ଜାତୀୟ

ମେ’ ୨ରେ ଦିଦିଙ୍କ ବିଦାୟ ନିଶ୍ଚିତ: ମୋଦି

କୋଲକାତା,୨୪।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ମେ’୨ରେ ପ୍ରକାଶ ପାଇବ। ଏହି ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଦାୟ ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କାନ୍ଥିଠାରେ ଏକ ନିର୍ବାଚନ ରାଲିରେ ଯୋଗଦେଇ ଏଭଳି କହିଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି ଯେ, ସେମାନଙ୍କର ଭୋଟ ରାଜ୍ୟରେ ପରିବର୍ତ୍ତନ ଲାଗି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପଶ୍ଚିମବଙ୍ଗରେ ଏବେ ପ୍ରକୃତ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହା କେବଳ ଭାଜପା ହିଁ ଆଣି ପାରିବ। ମେ’ ୨ ପରେ ରାଜ୍ୟର ଚାଷୀଙ୍କୁ ସମ୍ମାନ ନିଧିର ଅବଶିଷ୍ଟ ସହାୟତା ଯୋଗାଇ ଦିଆଯିବ ବୋଲି ମୋଦି କହିଛନ୍ତି।

Share