ଦିଦିଙ୍କ ନିର୍ବାଚନୀ ଥୋପ: ମାଗଣାରେ ମିଳିବ କରୋନା ଟିକା

କୋଲକାତା,୧୭।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ନେଇ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଭାଜପା ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଯୋଜନା କରିଥିବାବେଳେ ମମତା ପୁଣି ଥରେ କ୍ଷମତା ଦଖଲ ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏହି ମର୍ମରେ ମମତା ଦିଦି ରାଜ୍ୟର ଜନସାଧାରଣ ପାଇଁ ନିର୍ବାଚନୀ ଥୋପ ପକାଇଛନ୍ତି। ମମତା କହିଛନ୍ତି ଯେ, ରାଜ୍ୟରେ କରୋନା ପ୍ରତିଷେଧକ ଟିକା ମାଗଣାରେ ଯୋଗାଇ ଦିଆଯିବ। କେନ୍ଦ୍ର ସରକାର ରାଜ୍ୟକୁ କରୋନା ଟିକା ଯୋଗାଇ ଦେଉ ନ ଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି।

Share