Categories: ଜାତୀୟ

ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ଦିଦିଙ୍କ ସରକାର: ୬୨ ତୃଣମୂଳ ବିଧାୟକ ଭାଜପା ଯୋଗାଯୋଗରେ !

କୋଲକାତା,୩୦।୧୧: ପଶ୍ଚିମବଙ୍ଗରେ ଭାଜପା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କ ପାଇଁ କଣ୍ଟା ପାଲଟିଛି। ଏପରିସ୍ଥଳେ ଭାଜପା ଏମ୍‌ପି ସୌମିତ୍ର ଖାନ୍‌ଙ୍କ ମନ୍ତବ୍ୟ ନେଇ ରାଜ୍ୟ ରାଜନୀତିରେ ଉଷ୍ଣତା ବଢ଼ିବାରେ ଲାଗିଛି। ସେ କହିଛନ୍ତି ଯେ, ଡିସେମ୍ବର ୧୫ ସୁଦ୍ଧା ରାଜ୍ୟରେ ମମତା ଦିଦିଙ୍କ ସରକାର ଭାଙ୍ଗି ଯିବ। ତୃଣମୂଳର ୬୨ ବିଧାୟକ ଭାଜପା ସହିତ ଯୋଗାଯୋଗରେ ରହିଥିବା ସୌମିତ୍ର କହିଛନ୍ତି। ରାଜ୍ୟପାଳ ଜଗଦୀପ୍‌ ଧନଖଣ୍ଡ ମମତାଙ୍କୁ ବିଧାନସଭାରେ ଶକ୍ତି ପରୀକ୍ଷା ଦେବାକୁ ମଧ୍ୟ କହି ପାରନ୍ତି ବୋଲି ସେ କହିଛନ୍ତି। ଭାଜପାର ଏଭଳି ମନ୍ତବ୍ୟ ନେଇ ତୃଣମୂଳ ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ଶାସକ ଦଳ ତୃଣମୂଳ ପକ୍ଷରୁ କୁହାଯାଇଛି ଯେ, ଭାଜପାର ୩-୪ ଜଣ ଏମ୍‌ପି ଏବଂ ବହୁ ସଦସ୍ୟ ମମତା ଦିଦିଙ୍କୁ ସମର୍ଥନ କରିବାକୁ ଯୋଜନା କରୁଛନ୍ତି। ମାତ୍ର ତୃଣମୂଳର ମନ୍ତବ୍ୟ ଉପରେ ରାଜ୍ୟ ଭାଜପା ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

Share