Categories: ଜାତୀୟ

ମେଘାଳୟରେ ଦିଦିଙ୍କ ମ୍ୟାଜିକ୍‌

ଶିଲଂ,୨।୩: ଉତ୍ତର ପୂର୍ବାଞ୍ଚଳର ତିନିଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ, ମେଘାଳୟରେ ସବୁଠାରୁ ବଡ ଦଳ ଭାବରେ ମମତା ବାନାର୍ଜୀଙ୍କ ଦଳ ତୃଣମୁଲ କଂଗ୍ରେସ ଉଭା ହେଉଛି। ଟ୍ରେଣ୍ଡରେ ସର୍ବାଧିକ ୨୦ଟି ଆସନରେ ଟିଏମସି ଅଗ୍ରଣୀ ରହିଛି। ଏହା ପରେ ଏନପିପି ୧୬ଟି ଆସନରେ ଏବଂ ଭାଜପା ୧୨ଟି ଆସନରେ ଆଗରେ ରହିଛି। ମେଘାଳୟର ୫୯ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଛି।

Share