Categories: ଜାତୀୟ

ପରେଡ଼ରୁ ହଟିଲା ଦିଦିଙ୍କ ପ୍ରଜ୍ଞାପନ ମେଢ଼, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି…

କୋଲକାତା, ୧୬।୧: ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ଼ରୁ ପ୍ରଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼କୁ ହଟାଇ ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

ରାଜ୍ୟର ସ୍ବତନ୍ତ୍ରତା ସେନାନୀଙ୍କର ପ୍ରଜ୍ଞାପନ ମେଢ଼କୁ ସାମିଲ କରିବାକୁ ଦିଦି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କୌଣସି କାରଣ ନ ଦର୍ଶାଇ ଏହାକୁ ହଟାଇ ଦିଆଯାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏନେଇ ସେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ସେ ଲୋଡିଛନ୍ତି।

ପ୍ରଜ୍ଞାପନ ମେଢ଼ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଇଏନ୍‌ଏର ୧୨୫ ତମ ବର୍ଷ ପୂରଣ ସ୍ମୃତିରେ ନିର୍ମାଣ କରାଯାଇଥିଲା। ସ୍ବାଧୀନତା ସଂଗ୍ରାମରେ ପଶ୍ଚିମବଙ୍ଗ ଆଗରେ ଥିବାବେଳେ ଦେଶ ସ୍ବାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା ଅମୃତ ମହୋତ୍ସବ ଅବସରରେ ସାଧାରଣତନ୍ତ୍ର ଦିବସରେ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼କୁ ସ୍ଥାନ ନ ମିଳିବା ଦୁଃଖର କଥା ବୋଲି ମମତା ଚିଠିରେ ଉଲ୍ଲେଖ କରିଛନ୍ତି।

Share