Posted inଜାତୀୟ

ଦିଦିଙ୍କ ହୁଙ୍କାର: ଆମେ ଏକୁଟିଆ ଲଢିବୁ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ,୨।୨: ଆଗକୁ ଲୋକସଭା ନିର୍ବାଚନ ଆସୁଛି। ବିରୋଧୀ ଦଳ ‘ଇଣ୍ଡିଆ’ରେ ଉପସ୍ଥିତ ଥିବା ରାଜନୈତିକ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ ଅସନ୍ତୋଷ ଜାରି ରହିଛି। ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ମଧ୍ୟରେ ଆସନ ଉପରେ ବିବାଦ ଜାରି ରହିଛି। ତେବେ ଏକୁଟିଆ ରାଜ୍ୟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଟିଏମସି ସ୍ପଷ୍ଟ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସଭାପତି ମମତା ବାନାର୍ଜୀ କହିଛନ୍ତି, କେନ୍ଦ୍ରରେ ସରକାର ଗଠନ ପାଇଁ ନିର୍ବାଚନ ପରେ ଆଞ୍ଚଳିକ ଦଳ ମିଳିତ ହେବେ। ଟିଏମସିର ବିବୃତ୍ତି ହେତୁ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ସିଟ ବାଣ୍ଟିବା ଚୁକ୍ତି ଶେଷ ହେବାର ଦେଖାଯାଉଛି।
ନଦିଆ ଜିଲାରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମମତା କହିଛନ୍ତି, ଆସନ୍ତା ଲୋକ ସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବାକୁ ଆମ ଦଳ ଉତ୍ସାହିତ ଅଛି, କିନ୍ତୁ ସେମାନେ ଆମର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ଆମେ ଏକ ସହଯୋଗ ଚାହୁଁଥିଲୁ, କିନ୍ତୁ କଂଗ୍ରେସ ରାଜି ହୋଇ ନ ଥିଲା। ନିର୍ବାଚନରେ ଭାଜପାକୁ ସାହାଯ୍ୟ କରିବା ପାଇଁ ସେମାନେ ସିପିଆଇ (ଏମ) ସହିତ ହାତ ମିଳାଇଛନ୍ତି। ଦେଶରେ କେବଳ ଟିଏମସି ହିଁ ଭାଜପା ସହ ଲଢିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ୍‌ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ,୨୪ା୧୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ୍‌ଙ୍କୁ ଭାରତର ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ର ୯ମ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ପୂର୍ବରୁ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ...

ଏକାଧିକ ବିବାହ କରି ୧.୨୫ କୋଟି ଠକେଇ

ଜୟପୁର, ୨୪।୧୨: ରାଜସ୍ଥାନର ଜୟପୁର ପୋଲିସ ସୀମା ଅଗ୍ରୱାଲ ଓରଫ ନିକ୍କି ନାମ୍ନୀ ଜଣେ ଯୁବତୀଙ୍କୁ ରବିବାର ଉତ୍ତରାଖଣ୍ଡର ଡେରାଡୁନ୍‌ରୁ ଗିରଫ କରିଛି। ଲୁଟେରା କନ୍ୟା...

ଭଏସ୍ କଲ୍, ମେସେଜ ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩ା୧୨: ଟେଲିକମ୍ ରେଗୁଲେଟର ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ସୋମବାର ଶୁଳ୍କ ନିୟମରେ ସଂଶୋଧନ କରିଛି। ଏହା ଅଧୀନରେ ମୋବାଇଲ୍ ସେବା ପ୍ରଦାନକାରୀ...

ବଢ଼ିଲା ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ, ପୁଣି ପୋଲିସ ନିକଟରେ ହାଜର ହେବାକୁ ନୋଟିସ

ହାଇଦ୍ରାବାଦ,୨୩ା୧୨: ହାଇଦ୍ରାବାଦ ପୋଲିସ ସନ୍ଧ୍ୟା ଥିଏଟର ଦଳାଚକଟା ଘଟଣାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ନୂଆ ସମନ ଜାରି କରିଛି ହାଇଦ୍ରାବାଦ ଚିକ୍କଡପଲ୍ଲୀ ପୋଲିସ। ଘଟଣା ସମ୍ପର୍କରେ...

କୋର୍ଟରେ ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ,୨୩ା୧୨: ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ...

କଟକଣା ହଟାଇଲେ କେନ୍ଦ୍ର ସରକାର: ଫେଲ୍‌ ହେଲେ ପରବର୍ତ୍ତୀ ଶ୍ରେଶୀକୁ ଯାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୩।୧୨: ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ସୋମବାର ଆଉ ଏକ ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ପଞ୍ଚମ...

ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି! ପୂରା ଖବର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୨: ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ରୁ ଆସିଛି ଏଭଳି ଏକ ସଂଗୀନ ଅଭିଯୋଗ...

ଭାଜପାରେ ସାମିଲ ହେବେ ଛଗନ ଭୁଜବଳ? ଫଡନାଭିସଙ୍କୁ ଭେଟିବା ପଛରେ କ’ଣ ରହିଛି ରହସ୍ୟ ଜାଣନ୍ତୁ

ମୁମ୍ବାଇ,୨୩।୧୨: ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବିଭାଜନ ପରେ ମଧ୍ୟ ରାଜନନୈତିକ ଅସ୍ଥିରତା ଚରମ ସୀମାରେ ରହିଛି। କୌଣସି ବିଭାଗ ନ ପାଇ କ୍ରୋଧିତ ଏନସିପି ନେତା ଛଗନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri