ଅଭିନେତ୍ରୀ ହୋଇ ନ ଥିଲେ..

ଅଭିନୟ କରିବା ପୂର୍ବରୁ ଅନେକ କଳାକାର ଅନ୍ୟ ବିଷୟରେ ନିଜକୁ ପରିଚିତ କରାଇ ସାରିଥାଆନ୍ତି। କ୍ରିତି ସାନନ୍‌ ବା ସେଥିରୁ ବାଦ୍‌ ପଡ଼ନ୍ତେ କିପରି ? ପାଠପଢ଼ିବା ସମୟରେ ସେ ବକ୍ସିଂ ସହ ଜଡ଼ିତ ଥିଲେ। ଏପରି କି ରାଜ୍ୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସେ ଚାମ୍ପିୟନ ମଧ୍ୟ ହୋଇଛନ୍ତି। ଏବେ ବି ସମୟ ମିଳିଲେ ସେ ବକ୍ସିଂ ପ୍ରାକ୍ଟିସ କରିଥାଆନ୍ତି। ଏ ନେଇ କ୍ରିତି କହନ୍ତି, ‘ଯଦି ମୁଁ ଆକ୍ଟିଂ କରି ନ ଥାନ୍ତି, ତେବେ ଜଣେ ବକ୍ସର ଭାବରେ ନିଜ କ୍ୟାରିୟରକୁ ଆଗେଇ ନେଇଥାଆନ୍ତି। ଏବେ ତ ଆଉ ପ୍ରାକ୍ଟିସ କରିବାକୁ ସମୟ ମିଳୁନି। ତଥାପି ସମୟ ମିଳିଲେ ମୁଁ ବେଳେବେଳେ ଅଭ୍ୟାସ କରିଥାଏ। ବକ୍ସିଂ ଉପରେ କୌଣସି ବାୟୋପିକ୍‌ ନିର୍ମାଣ ହେଲେ ଯଦି ସେଥିରେ ଅଭିନୟ କରିବାକୁ ଅଫର ମିଳେ ତେବେ ମନା କରିବି ନାହିଁ।’ କ୍ରିତିଙ୍କୁ ବଲିଉଡ୍‌ର ସବୁଠାରୁ ଡେଙ୍ଗା ଅଭିନେତ୍ରୀ ଭାବରେ ଗଣନା କରାଯାଇଥାଏ। ତାଙ୍କର ଉଚ୍ଚତା ହେଉଛି ପାଞ୍ଚ ଫୁଟ୍‌ ଆଠ ଇଞ୍ଚ।

Share