ଗୁଡଭେଲା,୧।୫(ଡି.ଏନ.ଏ ): ବଲାଙ୍ଗୀର ଜିଲା ତୁଷୁରା ଏନ.ଏ.ସି ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ତୁଷୁରା ଚିକିତ୍ସାଳୟରେ କୋଭିଡ୍ ଟେଷ୍ଟ ପାଇଁ ଭିଡ ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ସହରରେ ଲୋକଙ୍କୁ ଜ୍ବର ଓ ଥଣ୍ଡା ହୋଇଥିଲେ ମଧ୍ୟ କରୋନା ଡରରେ କୋଭିଡ ଟେଷ୍ଟ କରୁଥିବାରୁ ଏପରି ଅସମ୍ଭାଳ ଭିଡ ହୋଉଥିବା ବୃଦ୍ଧିଜୀବୀ ମହଳରୁ ମତ ପ୍ରକାଶ ପାଉଛି। ତେବେ ଅତ୍ୟଧିକ ଭିଡ଼ ଯୋଗୁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନାହିଁ।