କରୋନା ଟିକା ନେବା ପରେ ମୃତ୍ୟୁ

ରାଞ୍ଚି,୨୧।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହୋଇଛି। ସେହିପରି ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି। ତେବେ ଟିକା ନେବା ପରେ କେତେକ ଲୋକଙ୍କର ମୃତ୍ୟୁ ଘଟୁଥିବାରୁ ଆତଙ୍କ ବୃଦ୍ଧି ପାଉଛି। ଝାଡ଼ଖଣ୍ଡର ସିମଡେଗା ଜିଲାର କେଶରପୁର ପଞ୍ଚୟତର ହଲଦୀବେରା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟଛି। ୬୫ ବର୍ଷ ବୟସ୍କ ଜେଠୁ କୋଟଓ୍ବାର ଟିକା ନେବାର ୧୦ ମିନିଟ ପରେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କର ବାନ୍ତି ହୋଇଥିଲା। ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ସେମଡେଗା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଜେଠୁ ସ୍ତ୍ରୀ ମୋନିକା ଦେବୀଙ୍କ ସହିତ ଟିକା ନେଇଥିଲେ। ସ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରହିଥିବା ଜିଲାପାଳ ଶଶି ନୀଳିମା ଡୁଙ୍ଗ୍‌ଡୁଙ୍ଗ୍‌ ସୂଚନା ଦେଇଛନ୍ତି।

Share