ଗୋପାଳପୁର, ୧୯।୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଅଧୀନ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତି କୀଟନାଶକ ପିଇ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ରବିବାର ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଖଗେଶ୍ୱର ରେଡି (୫୦)। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ, ମାଣ୍ଡିଆପୁଲୀ ଗ୍ରାମର ଖଗେଶ୍ୱର କୀଟନାଶକ ପିଇ ଗୁରୁତର ହୋଇପଡ଼ିଥିଲେ l ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ତାଙ୍କ ଜ୍ୱାଇଁ କେ. ନାଗେଶ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୨୪/୨୩) ରୁଜୁ କରିଛି l ଖବର ପାଇ ଗୋପାଳପୁର ପୋଲିସ ବ୍ରହ୍ମପୁର ବଡ଼ ମେଡିକାଲ ପହଞ୍ଚି ମୃତଦେ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।