କୀଟନାଶକ ପିଇ ଜୀବନ ହାରିଲେ

ପାଟଣା,୨୭ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ସରାସକୋଲା ପଞ୍ଚାୟତ ସରାସକୋଲା ଗ୍ରାମ ତୁଳସୀପୁର ସାହିର ଜଣେ ବୃଦ୍ଧ କୀଟନାଶକ ପିଇ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସାହିର ରତ୍ନାକର ବେହେରା(୭୬)। ସେ ବୁଧବାର ରାତିରେ ବିଷ ପିଇଥିବା ବେଳେ ଗୁରୁବାର ସକାଳୁ ବିଛଣାରୁ ଉଠିବା ପରେ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏ ନେଇ ପାଟଣା ଥାନାରେ ଏକ ମାମଲା(ନଂ.୨୪/୨୩) ରୁଜୁ ହୋଇଥିବା ପାଟଣା ଥାନା ଏସ୍‌ଆଇ ମନୋରମା ସ୍ବାଇଁ କହିଛନ୍ତି।

Share