୨୦ ପଇସା କମିଲା ଡିଜେଲ

ଭୁବନେଶ୍ୱର,୨୬।୯: ଭୁବନେଶ୍ୱରରେ ଡିଜେଲ ଦର ୨୦ ପଇସା ହ୍ରାସ ପରିଲକ୍ଷିତ ହୋଇଛି। ଫଳରେ ଶୁକ୍ରବାର ଏଠାରେ ଡିଜେଲ ୭୭.୩୭ ଟଙ୍କାକୁ କମିଛି। ପେଟ୍ରୋଲ ଅପରିବର୍ତ୍ତିତ ୮୧.୬୦ ଟଙ୍କା ରହିଛି। ଶୁକ୍ରବାର ଦେଶର ମେଟ୍ରୋ ସହରଗୁଡ଼ିକରେ ଡିଜେଲ ୧୭ରୁ ୨୦ ପଇସା ହ୍ରାସ ହୋଇଛି। ନୂଆଦିଲ୍ଲୀ ଏବଂ କୋଲକାତାରେ ଡିଜେଲ ୧୮ ପଇସା ଲେଖାଏ କମି ଦର ଯଥାକ୍ରମେ ୭୧.୧୦ ଟଙ୍କା ଏବଂ ୭୪.୬୨ ଟଙ୍କା ରହିଛି। ସେହିଭଳି ଚେନ୍ନାଇରେ ଡିଜେଲ ୧୭ ପଇସା ନିମ୍ନରେ ରହିବା ଯୋଗୁ ଦର ୭୬.୫୫ ଟଙ୍କା ଏବଂ ମୁମ୍ବାଇରେ ୨୦ ପଇସା ହ୍ରାସ ପାଇ ୭୭.୫୩ ଟଙ୍କାକୁ ଖସିଛି। ଏହି ସହରଗୁଡ଼ିକରେ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଥିବା ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ସୂଚନା ରହିଛି।

Share