୧୬ ପଇସା କମିଲା ଡିଜେଲ

ଭୁବନେଶ୍ୱର, ୨୨।୯: ଲଗାତର ୫ ଦିନ ଲାଗି ଡିଜେଲ ଦର ହ୍ରାସ ପାଇଛି। ଫଳରେ ସୋମବାର ଭୁବନେଶ୍ୱରରେ ଡିଜେଲ ୧୬ ପଇସା କମି ୭୭.୭୨ ଟଙ୍କା ରହିଛି। ଏଠାରେ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ଆସିନାହିଁ। ପେଟ୍ରୋଲ ଲିଟର ପିଛା ୮୧.୬୯ ଟଙ୍କା ରହିଥିବା ଜଣାପଡିଛି। ସୂଚନାଯୋଗ୍ୟ, ରବିବାର ଡିଜେଲ ଦର ୨୫ ପଇସା ହ୍ରାସ ହୋଇଥିଲା। ବର୍ତ୍ତମାନ ଭୁବନେଶ୍ୱରରେ ଇନ୍ଧନ ଦର ନୂଆଦିଲ୍ଲୀଠାରୁ ଉଚ୍ଚରେ ରହିଛି। ସେହିଭଳି ସୋମବାର ମେଟ୍ରୋ ସହରଗୁଡ଼ିକରେ ଡିଜେଲ ୧୪ରୁ ୧୫ ପଇସା ହ୍ରାସ ହୋଇଛି। ନୂଆଦିଲ୍ଲୀରେ ଡିଜେଲ ୧୫ ପଇସା କମି ୭୧.୪୩ ଟଙ୍କା ଥିବା ବେଳେ ଚେନ୍ନାଇରେ ୧୪ ପଇସା ନିମ୍ନରେ ରହି ୭୬.୮୫ ଟଙ୍କା ରହିଛି। ସେହିଭଳି କୋଲକାତା ଏବଂ ମୁମ୍ବାଇରେ ଡିଜେଲ ୧୫ ପଇସା ହ୍ରାସ ପାଇ ଦର ଯଥାକ୍ରମେ ୭୪.୯୪ ଟଙ୍କା ଏବଂ ୭୭.୮୭ ଟଙ୍କାକୁ ଖସିଛି। ଏହି ସହରଗୁଡ଼ିକରେ ପେଟ୍ରୋଲ ଅପରିବର୍ତ୍ତିତ ୮୧.୧୪ ଟଙ୍କା, ୮୪.୨୧ ଟଙ୍କା, ୮୨.୬୭ ଟଙ୍କା ଏବଂ ୮୭.୮୨ ଟଙ୍କା ରହିଥିବା ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ସୂଚନା ମିଳିଛି।

Share