୧୦୫ ଦିନରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପରିବର୍ତ୍ତନ ହୋଇନାହିଁ। ଅନେକ ଦିନ ଧରି ଭାରତରେ ଡିଜେଲ ଦର ବହୁତ ଅଧିକ ରହିଛି। ଦିଲ୍ଲୀରେ ଲିଟର ପିଛା ଡିଜେଲର ମୂଲ୍ୟ ୮୬.୬୭ ଟଙ୍କା ଥିବାବେଳେ ମୁମ୍ବାଇରେ ଲୋକେ ୯୪.୧୪ ଟଙ୍କା ଦେଇ ଏକ ଲିଟର ଡିଜେଲ କିଣୁଛନ୍ତି। ଏଥି ସହିତ ଦୁନିଆରେ କିଛି ଦେଶ ଅଛି ଯେଉଁଠାରେ ଡିଜେଲ ପାଣିଠାରୁ ଅଧିକ ଶସ୍ତା ଅଟେ।ଆସନ୍ତୁ ଜାଣିବା:
୧.ଇରାନ:
ଦୁନିଆର ସବୁଠାରୁ ଶସ୍ତା ଡିଜେଲ ଇରାନରେ ମିଳିଥାଏ। ଏଠାରେ ଏକ ଲିଟର ଡିଜେଲର ମୂଲ୍ୟ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଇରାନରେ ଏକ ଲିଟର ଡିଜେଲ ପାଇଁ ଲୋକମାନେ କେବଳ ୦.୦୧୦ ଡଲାର କିମ୍ବା ପ୍ରାୟ ୦.୭୫ ଟଙ୍କା ଦେଇଥାନ୍ତି।
୨.ଭେନେଜୁଏଲା:
ଭେନେଜୁଏଲର ରାଜଧାନୀ ହେଉଛି କାରାକାସ। ଶସ୍ତା ଡିଜେଲ ମାମଲାରେ ଭେନେଜୁଏଲା ଦ୍ୱିତୀୟ ସ୍ଥାନରେ ରହିଛି। ଭେନେଜୁଏଲାରେ ଏକ ଲିଟର ଡିଜେଲର ମୂଲ୍ୟ ମାତ୍ର ୦.୦୨୫ ଡଲାର ବା ପ୍ରାୟ ୧.୮୭୫ ଟଙ୍କା।
୩.ସିରିଆ: ।
ପଶ୍ଚିମ ଏସିଆର ଦେଶ ସିରିଆରେ ଏକ ଲିଟର ଡିଜେଲର ମୂଲ୍ୟ ମାତ୍ର ୦.୧୪୩ ଡଲାର ଅର୍ଥାତ ପ୍ରାୟ ୧୦.୭୨୫ ଟଙ୍କା।
୪. ସାଉଦି ଆରବ:
ଶସ୍ତା ଡିଜେଲ ଦୃଷ୍ଟିରୁ ସାଉଦି ଆରବ ଚତୁର୍ଥ ସ୍ଥାନରେ ରହିଛି। ଏଠାରେ ଲୋକମାନେ ଏକ ଲିଟର ଡିଜେଲ ପାଇଁ ୦.୧୬୮ ଡଲାର ଦିଅନ୍ତି, ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୧୨.୬ ଟଙ୍କା।
୫.ଆଲଜେରିଆ:
ଦୁନିଆର ଶସ୍ତା ଡିଜେଲ ମାମଲାରେ ଆଲଜେରିଆ ପଞ୍ଚମ ସ୍ଥାନରେ ରହିଛି। ଆସନ୍ତୁ ଆପଣଙ୍କୁ କହିବା ଯେ ଆଲଜେରିଆରେ ଏକ ଲିଟର ଡିଜେଲର ମୂଲ୍ୟ ହେଉଛି $ ୦.୨୦୬ (ପ୍ରାୟ ୧୫.୪୫ ଟଙ୍କା)।