Categories: ଜାତୀୟ

୨୫ ଟଙ୍କା ମହଙ୍ଗା ହେଲା ଡିଜେଲ୍‌

ନୂଆଦିଲ୍ଲୀ,୨୦।୩: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ପ୍ରଭାବ ଏବେ ବହୁଳ ବ୍ୟବହାରକାରୀଙ୍କ ଉପରେ ପଡିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି। ପେଟ୍ରୋଲ ପମ୍ପ ମାଧ୍ୟମରେ ବିକ୍ରି ହେଉଥିବା ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏପରିକି ସାଧାରଣ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ। ବହୁଳ ବ୍ୟବହାରକାରୀଙ୍କ ମଧ୍ୟରେ ଡିଫେନ୍ସ, ରେଲୱେ ଆଣ୍ଡ ଟ୍ରାନ୍ସପୋର୍ଟ କର୍ପୋରେସନ, ପାୱାର ପ୍ଲାଣ୍ଟ, ସିମେଣ୍ଟ ପ୍ଲାଣ୍ଟ ଏବଂ କେମିକାଲ ପ୍ଲାଣ୍ଟ ମୁଖ୍ୟ ସାମିଲ ଅଛନ୍ତି। ଏମାନଙ୍କ ପାଇଁ ଏବେ ଡିଜେଲରେ ମୂଲ୍ୟରେ ବୃଦ୍ଧି କରାଯାଇଛି।

Share