ଜୁଲାଇରେ ୯ଥର ବଢିଛି ଡିଜେଲ ଦର

ଭୁବନେଶ୍ୱର,୨୬।୭: ଚଳିତ ମାସ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇଚାଲିଛି। ଶନିବାର ତୈଳ ବିପଣନ କମ୍ପାନୀଗୁଡ଼ିକ ଦର ପରିବର୍ତ୍ତନ କରିବା ଫଳରେ ଡିଜେଲ ଲିଟର ପିଛା ୧୫ ପଇସା ବୃଦ୍ଧି ଘଟିଛି। ଭୁବନେଶ୍ୱରରେ ଡିଜେଲ ଦର ୭୯.୭୩ ଟଙ୍କାରୁ ବୃଦ୍ଧି ପାଇ ୭୯.୮୮ ଟଙ୍କା ଛୁଇଁଛି। ଏହି ସମୟରେ ଘରୋଇ ବଜାରରେ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଛି। ଏଠାରେ ଗୋଟିଏ ଲିଟର ପେଟ୍ରୋଲ ଦର ୮୧.୦୧ ଟଙ୍କା ରହିଥିବା ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ ଅଏଲ ପକ୍ଷରୁ ସୂଚନା ରହିଛି। ଚଳିତ ମାସରେ ତୈଳ ବିପଣନ କମ୍ପାନୀଗୁଡ଼ିକ ୯ଥର ଡିଜେଲ ଦର ବୃଦ୍ଧି କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ସୋମବାର ଡିଜେଲ ୨୦ ପଇସା ବଢ଼ିଥିଲା। ଏହି ସମୟରେ ନୂଆଦିଲ୍ଲୀରେ ଡିଜେଲ ଦର ରେକର୍ଡ ସ୍ତର ଛୁଇଁଛି। ଏଠାରେ ଗୋଟିଏ ମାସରେ ଡିଜେଲ ୧.୪୫ ଟଙ୍କା ବଢ଼ିବା ଯୋଗୁ ଦର ୮୧.୭୯ ଟଙ୍କା ରହିଛି। ସେହିଭଳି ଦେଶର ଅନ୍ୟ ମେଟ୍ରୋ ସହରଗୁଡ଼ିକରେ ଡିଜେଲ ଦର ୧୩ରୁ ୧୫ ପଇସା ଲେଖାଏ ବଢ଼ିଛି। ଚେନ୍ନାଇରେ ୧୩ ପଇସା ବଢ଼ି ୭୮.୭୩ ଟଙ୍କା ଲିଟର ପ୍ରତି ଦର ରହିଛି। ସେହିଭଳି କୋଲକାତା ଏବଂ ମୁମ୍ବାଇରେ ଡିଜେଲ ଦର ୧୪ ପଇସା ବଢ଼ି ଯଥାକ୍ରମେ ୭୬.୯୧ ଓ ୭୯.୯୭ ଟଙ୍କା ହୋଇଛି। ବର୍ତ୍ତମାନ ବଜାରରେ ଚାହିଦା କମ୍‌ ରହିଥିବା ବେଳେ ଏଭଳି ଦର ବୃଦ୍ଧି ପରିବହନ କ୍ଷେତ୍ର ଲାଗି ଚାପ ସୃଷ୍ଟି କରୁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧.୭% ଖସିବା ଯୋଗୁ ବ୍ୟାରେଲ ପିଛା ମୂଲ୍ୟ ୩୦୬୩ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପର ସୁପର ସ୍ପେଶିଆଲିଟି ହସ୍ପିଟାଲ: ନେତାଙ୍କ କଥାରେ ରହୁନି ତାଳମେଳ

ପାରାଦୀପ,୧।୪(ଶରତ ରାଉତ): ଜଗତ୍‌ସିଂହପୁର ଜିଲା ପାରାଦୀପରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ହେବ ବୋଲି ସରକାରୀ ଭାବେ ୨୦୧୩ରୁ ଘୋଷଣା କରାଗଲାଣି। ଏବେବି ସେମିତି ସରକାରୀ ଭାବେ...

୪୧ ଟଙ୍କା କମିଗଲା LPG ସିଲିଣ୍ଡର ମୂଲ୍ୟ, ଆଜିଠାରୁ ହେଲା ଲାଗୁ

ନୂଆଦିଲ୍ଲୀ,୧।୪: ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ୧୯ କିଲୋଗ୍ରାମ ବାଣିଜ୍ୟିକ LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ କରିଛନ୍ତି। ଦିଲ୍ଲୀରେ, ସଂଶୋଧିତ ଖୁଚୁରା...

କୋଟିଆର ୨୧ଅଞ୍ଚଳ ଆନ୍ଧ୍ରକୁ ଦେବ ଭାଜପା ସରକାର: କାଡାମ

ଭୁବନେଶ୍ୱର, ୧ା୪(ସୁନିତ୍‌ ମିଶ୍ର): କେନ୍ଦ୍ରରେ ସରକାରକୁ ବଞ୍ଚାଇବା ପାଇଁ ଭାଜପାର ଡବଲ ଇଞ୍ଜିନ ସରକାର ଯୌତୁକ ହିସାବରେ କୋଟିଆର ୨୧ ଅଞ୍ଚଳକୁ ଆନ୍ଧ୍ର ହାତକୁ ଟେକିଦେବା...

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

କଠିନ ପରିଶ୍ରମ ଛାତ୍ରୀଛାତ୍ରଙ୍କ ଉନ୍ନତିର ମୂଳମନ୍ତ୍ର

ଲାଞ୍ଜିଗଡ,୧।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ବେଦାନ୍ତ ଟାଉନସିପ ଅନ୍ତର୍ଗତ ବିଦ୍ୟାଳୟ ପରିସରଠାରେ ଅନୁଷ୍ଠିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image