Categories: ବାଣିଜ୍ୟ

୨ ୟ ଦିନ ପାଇଁ ବଢ଼ିଲା ଡିଜେଲ ଦର

ଭୁବନେଶ୍ୱର,୧୩।୭: ପେଟ୍ରୋଲ ଦରରେ ୧୫ ଦିନ ହେବ କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ ଦୁଇ ଦିନ ହେବ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଡିଜେଲ ଲିଟର ପିଛା ୧୧ ପଇସା ବଢିଥିବା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ଫଳରେ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୭୯.୧୪ ଟଙ୍କାରେ ପହଞ୍ଚତ୍ଛି। ଏହି ସମୟରେ ପେଟ୍ରୋଲ ଦର ଅପରିବର୍ତ୍ତିତ ୮୧.୦୧ ଟଙ୍କା ରହିଛି। ସେହିଭଳି ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା ୮୧.୦୫ଟଙ୍କା ଛୁଇଁଛି। ଏଠାରେ ପେଟ୍ରୋଲ ଲିଟର ପିଛା ଲୋକଙ୍କୁ ୮୦.୪୩ ଟଙ୍କା ଦେବାକୁ ପଡୁଛି। ଏହବାଦ କୋଲକାତାରେ ପେଟ୍ରୋଲ ୮୨.୧୦ ଟଙ୍କା ଓ ଡିଜେଲ ୭୬.୧୭ ଟଙ୍କା ଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ୮୭.୧୯ ଟଙ୍କା ଓ ଡିଜେଲ ୭୯.୨୭ ଟଙ୍କା ଏବଂ ଚେନ୍ନାଇରେ ପେଟ୍ରୋଲ ୮୩.୬୩ ଟଙ୍କା ଓ ଡିଜେଲ ୭୮.୧୧ଟଙ୍କାରେ ପହଞ୍ଚତ୍ଛି। ଚାରି ଦିନ ଦର ବୃଦ୍ଧିରେ ବିରତି ପରେ ରବିବାର ଡିଜେଲ ଲିଟର ପିଛା ୧୬ ପଇସା ବଢିଥିଲା। ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଫଳରେ ଇନ୍ଧନ ଦରରେ ପରିବର୍ତ୍ତନ ଦେଖାଯାଇଛି। ଏହାବାଦ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ଉଚ୍ଚ ପରିମାଣର ଟିକସ ଯୋଗୁ ତେଲ ଦର ଉଚ୍ଚରେ ରହୁଛି। ଜୁନ ୩୦ପରଠାରୁ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଶେଷ ଥର ଲାଗି ଜୁଲାଇ ୭ରେ ଡିଜେଲ ଏବଂ ଜୁନ ୨୯ରେ ପେଟ୍ରୋଲ ଦର ପରିବର୍ତ୍ତନ ହୋଇଥିଲା। ବର୍ତ୍ତମାନ ମହାମାରୀ ଯୋଗୁ ଲୋକମାନେ ସମସ୍ୟା ଦେଇ ଗତି କରୁଥିବାରୁ ଲଗାତର ତେଲ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେଲ ଦର ବୃଦ୍ଧି ଯୋଗୁ ବର୍ତ୍ତମାନ ଲୋକଙ୍କୁ ଡିଜେଲ ଏବଂ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୧.୬୬ ଟଙ୍କା ଏବଂ ପେଟ୍ରୋଲ ୯.୧୭ ଟଙ୍କା ଅତିରିକ୍ତ ଦେୟ ଦେବାକୁ ପଡୁଛି।

Share