ଜୀବନୀୟ ତତ୍ତ୍ୱବିହୀନ ଖାଦ୍ୟ ଓ ସ୍ବାସ୍ଥ୍ୟ ସମସ୍ୟା

କୃତି ତାହାର ସନ୍ତାନମାନଙ୍କ ପାଇଁ ଋତୁ ଅନୁଯାୟୀ ଆହାର ସାଇତି ରଖିଛି। ଏଥିରେ ଜୀବନତତ୍ତ୍ୱ ଭରପୂର ହୋଇ ରହିଛି। ତା’ସହ ଏଥିରେ ଆବଶ୍ୟକ ଅନୁପାତରେ ଶ୍ୱେତସାର, ସ୍ନେହସାର, ପ୍ରୋଟିନ, ଭିଟାମିନ୍‌ ଏବଂ ଖଣିଜ ଲବଣ ବା ମିନେରାଲସ। ଏଥିରେ ଜୀବନତତ୍ତ୍ୱ ଥିବାରୁ ମାଟିରେ ପଡ଼ିଲେ ପୁଣି ବୀଜରୁ ଅଙ୍କୁରୋଦଗମ ହୋଇଥାଏ। ମାତ୍ର ପ୍ୟାକେଟ୍‌, ଡବା, ବୋତଲରେ ପ୍ୟାକିଂ ହୋଇ ରହିଥିବା ପ୍ରୋସେସିଙ୍ଗ ଖାଦ୍ୟରେ ଏହି ଜୀବନତତ୍ତ୍ୱ ବହୁ ପୂର୍ବରୁ ଏବଂ ବହୁ ମାତ୍ରାରେ ନଷ୍ଟ ହୋଇଯାଇଥାଏ। କେବଳ ଏଗୁଡିକୁ ସତେଜ ରଖିବା ଲାଗି ସୁଗନ୍ଧିତ ମସଲା, କେମିକାଲ ଦେଇ ସୁରକ୍ଷିତ ରଖାଯାଇଥାଏ। ତେଣୁ ସେଗୁଡିକ ଶରୀର ପକ୍ଷେ କ୍ଷତିକାରକ। ଏପରି କି ବାସି ଏବଂ ଫ୍ରିଜ୍‌ରେ ଅଧିକ ଦିନ ଥିବା ଖାଦ୍ୟ ମଧ୍ୟ ଖାଇବା ଅନୁଚିତ।
ଚାଉଳ ଚୋକଡମିଶ୍ରିତ ଅଟେ। ଏହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ। କାରଣ ଏଥିରେ ଶ୍ୱେତସାର ପରିମାଣ ବେଶି ଥାଏ। କେବଳ ସେତିକି ନୁହେଁ, ଖାଦ୍ୟକୁ ହଜମ କରିବା ପାଇଁ ଏଭଳି ଚାଉଳ ଉପରେ ଏକ ଆବରଣ ରହିଛି। ମାତ୍ର ଆମେ ତାହାକୁ ବାହାର କରିଦେବା ଦ୍ୱାରା ଖାଦ୍ୟର ଗୁଣବତ୍ତା ନଷ୍ଟ ହୁଏ। ଏହାସହ ରୋଗର କାରଣ ମଧ୍ୟ ସାଜିଥାଏ। ତେଣୁ ମଇଦା, ଧଳା ଚାଉଳ ଓ ପ୍ରୋସେସିଙ୍ଗ ଖାଦ୍ୟ ଶରୀରର ହିତ ପରିବର୍ତ୍ତେ କ୍ଷତି କରାଇଥାଏ। ଏହି ସଂରକ୍ଷିତ ଓ ପ୍ରୋସେସିଙ୍ଗ ଖାଦ୍ୟଗୁଡ଼ିକରେ କୌଣସି ଜୀବନତତ୍ତ୍ୱ ନ ଥାଏ। ଏହାକୁ ଖାଇଲେ ତାହା କ୍ଷୁଦ୍ରାନ୍ତ୍ରକୁ ଯାଇ ଏହାର ଭିତର କାନ୍ଥରେ ଲାଗି ରହିଯାଏ। ଏପରି କି ଖାଦ୍ୟଗୁଡିକର ଆସ୍ତରଣ ଧୀରେ ଧୀରେ ବୃଦ୍ଧି ପାଏ। ଫଳରେ କୃମି ଉତ୍ପନ୍ନ ହୁଏ। ସେଥିରୁ ବାହାରୁ ଥିବା ବିଷାକ୍ତ ପଦାର୍ଥଗୁଡିକ ଅନ୍ତନଳୀରୁ ଅବଶୋଷିତ ହୋଇ ରକ୍ତରେ ମିଶେ। ପରବର୍ତ୍ତୀ ସମୟରେ ତାହା ଗାଢ଼ ହୋଇ ରକ୍ତନଳୀର ଭିତର କାନ୍ଥ ଏବଂ ଅନ୍ୟାନ୍ୟ ଅବୟବରେ ପହଞ୍ଚେ। ସେଠାରେ ଏଗୁଡିକ ଜମାହୋଇ ରହିବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେଭଳି ପ୍ରମୁଖ ସମସ୍ୟାଗୁଡିକ ମଧ୍ୟରେ ରହିଛି ଉଚ୍ଚ ରକ୍ତଚାପ (ହାଇ ବ୍ଲଡପ୍ରେସର), କୋଲେଷ୍ଟରଲରେ ବୃଦ୍ଧି, ଲିଭର ସମସ୍ୟା, ହୃଦ୍‌ଜନିତ ସମସ୍ୟା, କିଡ୍‌ନୀରେ ପଥୁରୀ ବା ଷ୍ଟୋନ୍‌, କିଡ୍‌ନୀ ଶୋଥ, ଗର୍ଭାଶୟରେ ପଲିପ ପଲିସିଷ୍ଟିକ ଓଭାରିଆନ୍‌ ସିଣ୍ଡ୍ରୋମ (PCOS), କୁଚ୍ଛ୍ରାର୍ଭବ ବାଧକ, ଅନ୍ତସ୍ରାବୀ ଗ୍ରନ୍ଥିଜନିତ ରୋଗ ଏପରି ଡାଇବେଟିସ ବା ମଧୁମେହ। ଏଗୁଡିକ ବହୁ ଦିନ ଧରି ଜମି ରହିଲେ ଗର୍ଭାଶୟରେ ପଲିପ, ଅର୍ବୁଦ ଏପରିକି କ୍ୟାନ୍‌ସରର କାରଣ ସାଜିପାରେ। ଏହି କାରଣରୁ ଝାଡ଼ା ପରିଷ୍କାର ନ ହେବା, ଅରୁଚି, ଅଜୀର୍ଣ୍ଣ, ବାନ୍ତି ଲଗିବା, ଗ୍ୟାଷ୍ଟ୍ରିକ, ପେଟ ଯନ୍ତ୍ରଣା, ଉଣ୍ଡୁକ ପୁଚ୍ଛ ଶୋଥ, ଅନ୍ତନଳୀ ଶୋଥ ଇତ୍ୟାଦି ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି।
ଆମ ଶରୀର ଓଜନର ୭୦ ଭାଗ ହେଉଛି ଜଳ। ତେଣୁ ସୁସ୍ଥ ଶରୀର ପାଇଁ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିବା ନିହାତି ଦରକାର। ତେଣୁ ଏଭଳି ଆବଶ୍ୟକତା ପୂରଣ କରିବା ଲାଗି ବେଶି ଜଳୀୟ ଅଂଶ ଥିବା ଖାଦ୍ୟ ଖାଇବା ଦରକାର। କାରଣ ଏଭଳି ଖାଦ୍ୟ ଶରୀର ପାଇଁ ହିତକର ଅଟେ। ତେଣୁ ଦୈନନ୍ଦିନ ଖାଦ୍ୟ ତାଲିକାରେ କାକୁଡି, ଅଙ୍ଗୁର, ବେଦନା, ତରଭୁଜ, କମଳା, ଅମୃତଭଣ୍ଡା, ସେଓ ଇତ୍ୟାଦି ସାମିଲ କରନ୍ତୁ। ତଟକା ଫଳମୂଳରେ ପ୍ରସ୍ତୁତ ସାଲାଡ୍‌ ଆମ ଶରୀର ପାଇଁ ଆହୁରି ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଗୁଡିକ ହଜମ ହେବାକୁ ପ୍ରାୟ ଚାରି ଘଣ୍ଟା ସମୟ ନିଏ। ପନିପରିବା, ଶାଗ ଆଠ ଘଣ୍ଟା, ଗହମ, ଚାଉଳ ଇତ୍ୟାଦି ବାର ଘଣ୍ଟା ସମୟ ନେଇଥାଏ। ତେଣୁ ଏଗୁଡିକ ଖାଇବା ପରେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ହିଁ ଅନ୍ୟ ଖାଦ୍ୟ ଖାଇବା ଦରକାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଣେ ରୋଗୀ ନିଜର ହଜମ ଶକ୍ତିକୁ ଦେଖି ହିଁ ଖାଦ୍ୟ ଖାଇବା ଆବଶ୍ୟକ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଆମେ ମନେ ରଖିବା ନିହାତି ଦରକାର। କୌଣସି ଖାଦ୍ୟ ରୋଷେଇ ହେବାର ତିନି ଘଣ୍ଟା ପର୍ଯ୍ୟନ୍ତ ସେଥିରେ ଜୀବନତତ୍ତ୍ୱ ରହିଥାଏ। ତେଣୁ ଏହି ସମୟ ମଧ୍ୟରେ ଖାଇବା ଉଚିତ। ଏହି ସମୟ ଅତିକ୍ରାନ୍ତ ହେବା ସହ ଖାଦ୍ୟ ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ। ଯଦି ଆପଣ ଖାଦ୍ୟକୁ ବାରମ୍ବାର ଗରମ କରି ଖାଆନ୍ତି ତା’ହେଲେ ସେଥିରେ ଭିଟାମିନ୍‌, ମିନେରାଲ୍‌ସ ଏବଂ ଫ୍ରିରେଡିକାଲ ତତ୍ତ୍ୱ ନଷ୍ଟ ହୋଇଯାଏ। ଏଭଳି ଖାଦ୍ୟ ଖାଇଲେ ତାହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।
ଜଣେ ବ୍ୟକ୍ତି ଦୈନନ୍ଦିନ ଖାଦ୍ୟ ତାଲିକାରେ କଞ୍ଚା ବୁଟ, ମୁଗ, ଅଙ୍କୁରିତ ଶସ୍ୟ ଏବଂ ପ୍ରତି ଋତୁରେ ଉତ୍ପାଦିତ ହେଉଥିବା ଫଳ ଏବଂ ଶୁଷ୍କ ଶାଦ୍ୟ ରୂପେ କାଜୁ, ପେସ୍ତା, ବାଦାମ, ଅଖରୋଟ ଅଳ୍ପ ପରିମାଣରେ ସାମିଲ କରିବା ଦରକାର। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌, କ୍ୟାଲସିୟମ ଆବଶ୍ୟକ ମୁତାବକ ଥାଏ। ଏହା ଶରୀର ସତେଜତାକୁ ବଜାୟ ରଖିଥାଏ। ଖେଳ କସରତ କରୁଥିବା, ଜିମ୍‌ ଯାଉଥିବା ଏବଂ ପରିଶ୍ରମ କରୁଥିବା ବ୍ୟକ୍ତିମାନଙ୍କର ପାଚନ କ୍ରିୟା ଅଧିକ ଥାଏ। ତେଣୁ ସେମାନେ ଏଭଳି ଖାଦ୍ୟ ଅଳ୍ପ ପରିମାଣରେ ନେଇପାରିବେ। ଅନ୍ୟମାନେ ନଡିଆ ରସ ମଧ୍ୟ ନେଇପାରିବେ। ବଜାରରେ ମିଳୁଥିବା ଚା’, କଫି, ମୃଦୁପାନୀୟ ବଦଳରେ ଜୁସ୍‌, କାଢ଼ା, ଲେମ୍ବୁ ପାଣି ପିଅନ୍ତୁ। ମାସରେ ଅନ୍ତତଃ ଦୁଇ ଥର ଉପବାସ କରିବା ଦ୍ୱାରା ହଜମ ଶକ୍ତି ଓ ଭୋକ ବୃଦ୍ଧି ହୋଇଥାଏ।
ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ ଆୟୁର୍ବେଦରେ ଶରୀରର ରୋଗ ଚିକିତ୍ସା ପ୍ରାରମ୍ଭରୁ ବଡି ଡିଟକ୍ସିଫେକେସନ କରାଯାଏ। ଏଥିରେ ଝାଡ଼ା କରାଇବା, ମାଲିସ, ବାମ୍ପ, ସେକ ଇତ୍ୟାଦି ପଞ୍ଚକର୍ମ ଚିକିତ୍ସା କରାଯାଇ ରୋଗୀକୁ ଶୋଧନ କରିବା ପରେ ଔଷଧ ପ୍ରୟୋଗ କରାଯାଏ। ତେଣୁ ଔଷଧ ଶୀଘ୍ର କାମ କରେ ଏବଂ ରୋଗକୁ ସମ୍ପୂର୍ଣ୍ଣ ଭଲ କରେ। ଜଣେ ସୁସ୍ଥ ବ୍ୟକ୍ତି ମଧ୍ୟ ମଝିରେ ମଝିରେ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେଇ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦେବା ଉଚିତ। ଏହାଦ୍ୱାରା ଆଉ ରୋଗର ଭୟ ରହେ ନାହିଁ। ଫଳରେ ଜଣେ ବ୍ୟକ୍ତି ସୁସ୍ଥ, ନୀରୋଗ ଜୀବନ ଅତିବାହିତ କରିଥାଏ।
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ,ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଲଘୁଚାପ: ଆଜିଠୁ ଛେଚିବ ବର୍ଷା

ଭୁବନେଶ୍ୱର,୮।୪: ଆଜିଠୁ ବର୍ଷା ତାତିରୁ ମିଳିବ ସାମାନ୍ୟ ଆସ୍ବସ୍ତି। ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶବର୍ତ୍ତୀ ଅଞ୍ଚଳରେ...

ରାଜନୀତିରେ ହଇଚଇ, ଅରୁଣ କହିଦେଲେ ନବୀନ ଥିବା ଯାଏ…

ଭୁବନେଶ୍ୱର,୮।୪:  ୱାକଫ୍‌ ବିଲ ଭୋଟିଂ ନେଇ ରାଜନୀତି ସରଗରମ ହୋଇଛି। ମଙ୍ଗଳବାର ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂଦେଓ, ପ୍ରତାପ ଦେବ ଓ ଅନଙ୍ଗ ଉଦୟ ସିଂହଦେଓ ...

ଉପମୁଖ୍ୟମନ୍ତ୍ରୀଙ୍କ କନଭଏ ପାଇଁ JEE ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨୦ ଛାତ୍ରଛାତ୍ରୀ

ବିଶାଖାପାଟନା,୮।୪: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ସୋମବାର ସକାଳେ ୨୦ ଜଣ ଛାତ୍ର ମିଳିତ ପ୍ରବେଶିକା ପରୀକ୍ଷା...

ଥମୁନି ୱକ୍‌ଫ ଝଡ଼: ମାନସଙ୍କ ନାଁ ନେଇ ବଡ଼ ଅଭିଯାଗ ଆଣିଲେ ବିଜେଡି ନେତା

ଭୁବନେଶ୍ୱର,୮।୪: ରାଜ୍ୟରେ ୱକ୍‌ଫ ଝଡ଼ ଥମିବାର ନାଁ ନେଉନାହିଁ। ବିଜେଡିର ଗୋଟିଏ ପରେ ଗୋଟିଏ ନେତା ମୁହଁ ଖୋଲିବା ଆରମ୍ଭ କରି ଦେଇଛନ୍ତି। ବିଜୁ ଯୁବ...

ମୁହଁ ଖୋଲିଲେ ଆଉ ଜଣେ ବରିଷ୍ଠ: କହିଲେ ନବୀନଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଭୁବନେଶ୍ୱର,୮।୪: ଓ୍ବକ୍‌ଫ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଦଳର ଅଧେ ନେତା ପାଣ୍ଡିଆନଙ୍କୁ ସମର୍ଥନ କରୁଥିବା ବେଳେ ଅଧେ...

ଦୁଇଦିନରେ ସରିବ ଖାତା ଦେଖା; ଜାଣନ୍ତୁ କେଉଁଦିନ ବାହାରିବ ମାଟ୍ରିକ୍ ରେଜଲ୍ଟ

କଟକ, ୮।୪: ବର୍ତମାନ ଦଶମ ଶ୍ରେଣୀ ଖାତା ଦେଖା ଚାଲିଥିବା ବେଳେ ଆଗାମୀ ଦୁଇଦିନ ଏହା ସରିଯିବ। ଏହାପରେ ବାକି ସମସ୍ତ ପ୍ରକ୍ରିୟା ସାରିବା ପରେ...

ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଚାହୁଁଛନ୍ତି ପୁଟିନ, ହେଲେ ରୁଷିଆ ଦାବିର ମିଳୁନାହିଁ ଜବାବ, ଟ୍ରମ୍ପ କହିଲେ ପ୍ରଥମେ…

ମସ୍କୋ,୮।୪: ରୁଷିଆ କହିଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧ ଶେଷ କରିବା ସପକ୍ଷରେ ଅଛନ୍ତି, କିନ୍ତୁ ରୁଷିଆ ଏ ସମ୍ପର୍କରେ ଆଶା କରାଯାଇଥିବା...

ସୌଦି ଆରବ ପ୍ରିନ୍ସଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ! ୧୮୪୦୭ ଅବୈଧ ବିଦେଶୀଙ୍କୁ ପଠାଇଲେ ଜେଲ, ଜାଣନ୍ତୁ ଭାରତର ରହିଛନ୍ତି କେତେ

ଆବୁଧାବି,୮।୪: ୨୦୨୫ ହଜ ପୂର୍ବରୁ ସୌଦି ଆରବରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସାରା ଦେଶରେ ଏକ ବ୍ୟାପକ ଅଭିଯାନ ଚଳାଇ, ବେଆଇନ ଭାବରେ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image