Categories: ଜାତୀୟ

କରୋନା ପଜିଟିଭ ମନ୍ତ୍ରୀଙ୍କ ପାଇଁ ଡାଏଟ୍‌ ଚାର୍ଟ

ଶିମଲା,୮।୮: ଶକ୍ତିମନ୍ତ୍ରୀ ସୁଖରାମ ଚୌଧୁରୀ କରୋନାରେ ସଂକ୍ରମିତ ହେବା ପରେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୦ ଦିନ ପରେ ପୁଣିଥରେ ତାଙ୍କର ଓ ତାଙ୍କ ପିଲାମାନଙ୍କର ସ୍ବାବ ଟେଷ୍ଟ କରାଯିବା ପରେ ଯଦି ଏହା ନେଗେଟିଭ ଆସିଲା ତେବେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିବ ବୋଲି କୁହାଯାଉଛି। ଏବେ କିନ୍ତୁ ମନ୍ତ୍ରୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଏକ ଡାଏଟ ଚାର୍ଟ ପ୍ରସ୍ତୁତ କରାଯାଇଛି। ସେହି ଅନୁଯାୟୀ, ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କଲରା ରସ, ସୁପ ଓ ଫଳ ଦିଆଯାଉଛି। ବ୍ରେକ୍‌ଫାଷ୍ଟ ଓ ଲଞ୍ଚରେ ହେଭି ଡାଏଟ ଦିଆଯାଉଛି। ବ୍ରେକଫାଷ୍ଟରେ ଦଲିଆ, ବ୍ରାଉନ ବ୍ରେଡ, ବଟର, ଜାମ ଓ ଅଣ୍ଡା ଦିଆଯାଉଛି। ସେହିପରି ମଧ୍ୟାହ୍ନ ଭାଜନରେ ଭାତ-ଡାଲି , ଚପାତି, ଖେଚୁଡି ଓ ଏକ ଗିନା ପନିପରିବା ସିଝା ଦିଆଯାଉଛି। ଅନ୍ୟ କରୋନା ରୋଗୀଙ୍କ ଭଳି ୫୦ ଏମ୍‌ଜି ଜିଙ୍କ, ଭିଟାମିନ ସି ଓ ଭିଟାମିନ ଡି ମଧ୍ୟ ଦିଆଯାଉଛି। ଅନ୍ୟ ରୋଗୀଙ୍କ ଭଳି ମନ୍ତ୍ରୀଙ୍କର ମଧ୍ୟ ଖାଦ୍ୟ ପାନୀୟର ମେନ୍ୟୁ ତିଆରି କରାଯାଇଛି। ତେବେ କରୋନା ପଜିଟିଭ ରୋଗୀଙ୍କ ମେନ୍ୟୁରେ ରହିଛି, ସକାଳୁ ଏକ କପ୍‌ ଚା’, ଲେମ୍ବୁ ପାଣି ବା କଲରା ରସ। ବ୍ରେକ୍‌ ଫାଷ୍ଟରେ ଦଲିଆ, ବ୍ରାଉନ ବ୍ରେଡ୍‌ ୨ ପିସ୍‌ ବଟର କିମ୍ବା ଜାମ ସହ ଓ ଗୋଟିଏ ସିଝା ଅଣ୍ଡା। ଲଞ୍ଚରେ ଭାତ-ଡାଲି, ୨ଟି ରୁଟି, ଗୋଟିଏ ଗିନା ତରକାରୀ ବା ପରିବା ସିଝା, ଖେଚୁଡି। ପନିର ବା ମାଂସ ୧୨୦ ଗ୍ରାମ ସପ୍ତାହକୁ ୨ଥର। ସନ୍ଧ୍ୟାରେ ଜୁସ, ଗ୍ରୀନ୍‌ ଟି, ସୁପ ଓ ଫଳ।

Share