ହୃତ୍‌ପିଣ୍ଡକୁ ସୁସ୍ଥ ରଖେ ସନ୍ତୁଳିତ ଖାଦ୍ୟ

ସୁସ୍ଥ ହୃତ୍‌ପିଣ୍ଡ ପାଇଁ ଆମେ ଖାଦ୍ୟପେୟ ପ୍ରତି ସତର୍କ ରହିବା ନିହାତି ଆବଶ୍ୟକ। ବିଭିନ୍ନ ପ୍ରକାର ଖାଦ୍ୟ ଖାଆନ୍ତୁ। ଅତି ଅଧିକ ଖାଆନ୍ତୁ ନାହିଁ କିମ୍ବା ଅତି କମ ଖାଆନ୍ତୁ ନାହିଁ। ତେଲ, ଚର୍ବି, ଘିଅ, ଲହୁଣି ଇତ୍ୟାଦି ସ୍ୟାଚୁରେଟେଡ ଫ୍ୟାଟ୍‌ ଖାଦ୍ୟ କମ୍‌ ଖାଆନ୍ତୁ। ସୋରିଷ ତେଲ, ସୋୟାବିନ୍‌ ତେଲ, ସୂର୍ଯ୍ୟମୁଖୀ ତେଲରେ ରୋଷେଇ କରନ୍ତୁ। ବେଶି ପରିମାଣର କୋଲେଷ୍ଟରଲ ଥିବା ଖାଦ୍ୟ ଯେପରି କି ଅଣ୍ଡାର କେଶର, ଚିଙ୍ଗୁଡି, କଙ୍କଡା ଇତ୍ୟାଦି କମ୍‌ ପରିମାଣରେ ଖାଆନ୍ତୁ। ଛେଳି ମାଂସ, ମେଣ୍ଢା ମାଂସ, ଗୋମାଂସ, ଘୁଷୁରି ମାଂସ ବଦଳରେ କୁକୁଡା ମାଂସ ଖାଆନ୍ତୁ। ପ୍ରତି ସପ୍ତାହରେ ୨-୩ଥର ମାଛ ଖାଆନ୍ତୁ। ସରକଢ଼ା କ୍ଷୀର ଓ ସରକଢ଼ା କ୍ଷୀରରୁ ପ୍ରସ୍ତୁତ ଦହି ଓ ଛେନା ଖାଆନ୍ତୁ। ତେଲ କିମ୍ବା ଘିଅରେ ଛଣା ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ। କମ୍‌ ପରିମାଣରେ ମିଠା, ପିଠା ଖାଆନ୍ତୁ, ସରବତ ପିଅନ୍ତୁ। ଅଧିକ ପରିମାଣରେ ତଟକା ଫଳ, ଶାଗ, ତଟକା ପନିପରିବା ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏସବୁ ଖାଦ୍ୟ ସହ ନିୟମିତ ବ୍ୟାୟାମ କରନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖନ୍ତୁ।