ଗ୍ୟାରେଣ୍ଟି ଏବଂ ଓ୍ବାରେଣ୍ଟି ମଧ୍ୟରେ ତଫାତ କ’ଣ? ଜିନିଷ କିଣିବା ବେଳେ ୯୯% ଲୋକେ ଯାହା ଜାଣି ନ ଥାନ୍ତି…

ଘରୋଇ ସାମଗ୍ରୀ ନଚେତ କୌଣସି ଇଲେକ୍ଟ୍ରୋନିକ୍‌ ଜିନିଷ କିଣିବା ବେଳେ ପ୍ରାୟତଃ ଲୋକଙ୍କ ସାମ୍ନାକୁ ଦୁଇଟି ଶବ୍ଦ ଆସିଥାଏ। ତାହା ହେଲା ଓ୍ବାରେଣ୍ଟି ଏବଂ ଗ୍ୟାରେଣ୍ଟି। ଉଭୟ ମାମଲାରେ ଦୋକାନୀ ଅଥବା କମ୍ପାନୀ ପକ୍ଷରୁ ମିଳିଥିବା ରସିଦକୁ ସମ୍ଭାଳି ରଖିବାକୁ ପଡ଼ିଥାଏ। ତେବେ ବହୁତ କମ୍‌ ଏହାର ଅର୍ଥ ଜାଣନ୍ତି।

ଓ୍ବାରେଣ୍ଟି ଅର୍ଥ: କୌଣସି ସାମଗ୍ରୀ ଉପରେ କମ୍ପାନୀ ଅଥବା ବିକ୍ରେତା ଯଦି ଓ୍ବାରେଣ୍ଟି ଦେଉଥାନ୍ତି, ତେବେ ଏହାର ଅର୍ଥ ହେଉଛି ଯେ ଆଗକୁ ଉକ୍ତ ଜିନିଷରେ କୌଣସି ଅସୁବିଧା ପରିଲକ୍ଷିତ ହେଲେ ଓ୍ବାରେଣ୍ଟି ସମୟସୀମା ମଧ୍ୟରେ ଏହାକୁ ସେ ଠିକ୍‌ କରି ଦେବେ। ହେଲେ ସାଧାରଣତଃ ଏହା ପୁରା ସାମଗ୍ରୀରେ ନ ଥାଇ ଏହାର କିଛି ଅଂଶରେ ଥାଏ। ଏଥିରେ ଟଙ୍କା ଫେରସ୍ତର ଅପ୍‌ଶନ ମଧ୍ୟ ଥାଏ। କିଛି ଅଧିକ ଟଙ୍କା ଦେଲେ ସାମଗ୍ରୀର ଗ୍ୟାରେଣ୍ଟି ଏବଂ ଓ୍ବାରେଣ୍ଟି ବଢ଼ାଇ ହୁଏ। ଯଦି ସମୟସୀମା ମଧ୍ୟରେ ଦୋକାନୀ ଠିକ୍‌ କରି ନ ପାରେ ତେବେ ସାମଗ୍ରୀକୁ ବଦଳାଇ ନୂଆ ମଧ୍ୟ ଦେଇଥାଏ।

ଗ୍ୟାରେଣ୍ଟିର ଅର୍ଥ: ଏହା ଓ୍ବାରେଣ୍ଟି ଠାରୁ ଭଲ। କାରଣ ଗ୍ୟାରେଣ୍ଟି ସମୟସୀମା ମଧ୍ୟରେ ସାମଗ୍ରୀରେ ଅସୁବିଧା ଉପୁଜିଲେ କମ୍ପାନୀ ସିଧାସଳଖ ନୂଆ ସାମଗ୍ରୀ ଦେଇଥାଏ।

Share