ନୂଆଦିଲ୍ଲୀ,୬।୧୨: ଗତ କିଛି ଦିନ ହେବ ଷ୍ଟକ୍ ବଜାରର ଫଳାଫଳ ନିବେଶକଙ୍କୁ ଉତ୍ସାହିତ କରୁଥିଲା। ହେଲେ ବିଗତ ୨ଟି କାର୍ଯ୍ୟ ଦିବସ ନିବେଶକଙ୍କୁ ଆଶଙ୍କା ମଧ୍ୟରେ ରଖିଛି। ଏପରିକି ସୋମବାରର ଶେୟାର ବଜାର କାରବାର ଆଶା ଓ ଆଶଙ୍କା ମଧ୍ୟରେ ଶେଷ ହୋଇଛି। ଏପରିକି ଚଳିତ ସପ୍ତାହର ୧ମ କାର୍ଯ୍ୟଦିବସର ଫଳାଫଳ ଭିନ୍ନ ରହିଛି। ସୋମବାର ଷ୍ଟକ୍ ବଜାରର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୩୪(୩୩.୯୦) ପଏଣ୍ଟ ହ୍ରାସ ପାଇ ୬୨,୮୩୫ (୬୨,୮୩୪.୬୦) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ର ନିଫ୍ଟି-୫୦ରେ ୫(୪.୯୫) ପଏଣ୍ଟ ବୃଦ୍ଧି ଘଟି ୧୮,୭୦୧ (୧୮,୭୦୧.୦୫) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି।