ଦୁଇ ରାଜ୍ୟର ଭିନ୍ନ ଫଳ

୨୦୨୪ ଲୋକ ସଭା ନିର୍ବାଚନ ପରେ ହରିୟାଣା ଏବଂ ଜମ୍ମୁ-କଶ୍ମୀର ବିଧାନସଭା ଲାଗି ହୋଇଥିବା ମତଦାନରେ ଏନ୍‌ଡିଏ ଏବଂ ଇଣ୍ଡିଆ ମେଣ୍ଟ ୧-୧ ପଏଣ୍ଟ ପାଇଛନ୍ତି। ଅର୍ଥାତ୍‌ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଭାଜପା ୪୯ ଆସନ ପାଇ ତୃତୀୟ ଥର ସରକାର ଗଠନ କରିବାକୁ ଲୋକମତ ପାଇଛି। ଏକ୍‌ଜିଟ ପୋଲ୍‌ରେ ପ୍ରାୟ ସବୁ ସର୍ଭେ ସଂସ୍ଥା କଂଗ୍ରେସ ୫୦ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରିଥିଲେ। କିନ୍ତୁ ତାହା ୩୬ରେ ସୀମିତ ରହିଲା। କୃଷକଙ୍କ ଭାଜପା ବିରୋଧୀ ଆଭିମୁଖ୍ୟ, ଅଗ୍ନିବୀର ପ୍ରସଙ୍ଗ ଓ କୁସ୍ତିଯୋଦ୍ଧାଙ୍କ ସମସ୍ୟାକୁ କଂଗ୍ରେସ ଗୁରୁତ୍ୱ ଦେଇ ପ୍ରଚାର କରୁଥିବାରୁ ତାହା ଶାସକ ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଉଥିଲା। ସେହିଭଳି ଗତ ୧୦ ବର୍ଷ ଶାସନରେ ଥିବାରୁ ଶାସକ ବିରୋଧୀ ପବନ ବହି ଭାଜପାକୁ କ୍ଷମତାରୁ ଉଡ଼େଇ ନେବ ବୋଲି ଏକପ୍ରକାର ‘ଘୋ’ ମଧ୍ୟ ସୃଷ୍ଟି ହୋଇଯାଇଥିଲା। ତାହା ନ ହୋଇଲା। ଆଲୋଚନା ହେଲାଣି ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ପୂର୍ବାପେକ୍ଷା ଭଲ ରହିବାରୁ ଏହାର ନେତାମାନେ ଅଧିକ ଆତ୍ମବିଶ୍ୱାସୀ ହୋଇପଡ଼ିଛନ୍ତି। ଦ୍ୱିତୀୟରେ ସେଠାରେ ଭୂପିନ୍ଦର ସିଂ ହୁଡ଼ା ନା କୁମାରୀ ଶୈଲେଜା ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଦଳ ଭିତରେ ଟଣାଓଟରା ଚାଲିଥିଲା। ପୁଣି ଦେଖାଯାଉଛି ଯେଉଁଠାରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ୁଛି ସେଠାରେ ସେଭଳି ସଫଳତା ପାଇପାରୁନାହିଁ। ୨୦୨୪ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି(ଏସ୍‌ପି) ସହ ଲଢ଼ିବାରୁ କଂଗ୍ରେସକୁ ଫାଇଦା ମିଳିଥିଲା। ଏବେ ଜମ୍ମୁ ଓ କଶ୍ମୀର ଭୋଟ ଫଳାଫଳ ଦେଖିଲେ ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ଓ କଂଗ୍ରେସ ମେଣ୍ଟ ସଫଳତା ପାଇଛି। ଅର୍ଥାତ୍‌ କଂଗ୍ରେସ ଏକାକୀ ନୁହେଁ, ଅନ୍ୟମାନଙ୍କ ସହିତ ‘ବି ଟିମ୍‌’ ଭାବେ ଖେଳିଲେ ଜିତାପଟ ପାଇପାରୁଛି। କଂଗ୍ରେସର ବଡ଼ ସମସ୍ୟା ହେଲା, ଯେହେତୁ ଏହା ସ୍ଥାନୀୟ ନେତୃତ୍ୱକୁ ବଢ଼ିବାକୁ ସୁଯୋଗ ଦେଉନାହିଁ, ସେଥିପାଇଁ ସ୍ଥାନୀୟ ସମସ୍ୟାକୁ ଲୋକେ ଭୁଲି ଯାଉଛନ୍ତି। ହରିୟାଣା ନିର୍ବାଚନରେ ଜନନାୟକ ଜନତା ପାର୍ଟି (ଜେଜେପି)ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଥିଲେ। ଗତ ସରକାରରେ ଭାଗୀଦାର ଥିବା ଜନନାୟକ ଜନତା ପାର୍ଟି (ଜେଜେପି) ମୁଖ୍ୟ ଦୁଷ୍ୟନ୍ତ ସିଂ ଚୌତାଲା ଭାଜପାଠାରୁ ଅଲଗା ହୋଇ ନିର୍ବାଚନରେ ନିଜ ଦକ୍ଷତା ପରୀକ୍ଷା କରିଥିଲେ। ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବୀ ଲାଲଙ୍କ ଅଣନାତି ଦ୍ୟୁଷନ୍ତ ଗତ ନିର୍ବାଚନରେ ୧୦ଟି ଆସନ ଜିତି ସରକାର ଗଠନରେ କିଙ୍ଗ୍‌ମେକର ସାଜିଥିଲେ ମଧ୍ୟ ଏଥର ଖାତା ଖୋଲିପାରି ନାହାନ୍ତି।
ଜମ୍ମୁ ଓ କଶ୍ମୀରରେ ଦୀର୍ଘ ୧୦ ବର୍ଷ (୨୦୧୪ରେ ଶେଷ ନିର୍ବାଚନ ହୋଇଥିଲା) ପରେ ଏବେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ କଶ୍ମୀରବାସୀଙ୍କ ଦୁଃଖ ଓ ଯନ୍ତ୍ରଣା ବଢ଼ିଯାଇଥିଲା। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସେଠାରେ ହୋଇଥିବା ନିର୍ବାଚନରେ ଭାଜପା ପ୍ରଦର୍ଶନ ଭଲ ହେବ ନାହିଁ ବୋଲି ଆଲୋଚନା ହୋଇଥିଲା। ୨୦୧୪ରେ ଭାଜପା ୨୫ ଆସନ ପାଇଥିବା ବେଳେ ଏଥର ୨୯ ଆସନରେ ଜିତିଛି। ହେଲେ ସର୍ବାଧିକ କ୍ଷତି ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)କୁ ହୋଇଛି। ପୂର୍ବ ନିର୍ବାଚନରେ ୨୮ ଆସନ ପାଇଥିବା ବେଳେ ଏହା କମି ୩କୁ ଖସିଯାଇଛି। ଦ୍ୱିତୀୟ ଆଞ୍ଚଳିକ ଦଳ ଭାବେ ସିଟ୍‌ ସଂଖ୍ୟା ହ୍ରାସର ମୁଖ୍ୟ କାରଣ ହେଉଛି ତାହାର ସଦସ୍ୟମାନେ ନିଜର ଆସନରେ ଲୋକପ୍ରିୟତା ହାସଲ କରିପାରିଲେ ନାହିଁ। ଅନ୍ୟପକ୍ଷରେ ନ୍ୟାଶନାଲ କନଫରେନ୍ସ ୪୨ ଆସନ ପାଇଥିବା ବେଳେ ତା’ ସହ ନିର୍ବାଚନୀ ମେଣ୍ଟ କରିଥିବା କଂଗ୍ରେସକୁ ୬ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେଠାରେ ଏନ୍‌ସି ଓ କଂଗ୍ରେସ ମେଣ୍ଟ ସରକାର ଗଢ଼ିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ଏନ୍‌ସିର ଭାରତ ସପକ୍ଷବାଦୀ ଚିନ୍ତାଧାରା ରହୁଥିବାରୁ ତାହା ଅଧିକ ଲୋକସମର୍ଥନ ପାଇପାରିଛି। ଅର୍ଥାତ୍‌ ସାଧାରଣ କଶ୍ମୀରୀ ଭୋଟର ଭାରତ ସହିତ ଜଡ଼ିତ ହେବାକୁ ଇଚ୍ଛୁକ। ସବୁ କଶ୍ମୀରୀ ମିଳିତ ଭାବେ ପାକିସ୍ତାନ ସମର୍ଥକ ବୋଲି ଭାବିବା ଅନୁଚିତ। ଦେଖିବାକୁ ଗଲେ ଭାଜପାର ଉଦ୍ଦେଶ୍ୟ ଥିଲା ଜମ୍ମୁ ଓ କଶ୍ମୀରକୁ ଅକ୍ତିଆରକୁ ଆଣି ସେଠାରେ ଶାସନ କରିବ। ହେଲେ କଶ୍ମୀରବାସୀ ଭାଜପାକୁ ପ୍ରତ୍ୟାଖ୍ୟାନ କଲେ। ଏଥିରୁ ବୁଝିବାକୁ ହେବ ଯେ କାହାର ଅଧିକାରକୁ ଛଡ଼ାଇ ନେବା ସହ ବଳ ପ୍ରୟୋଗ କରି କୌଣସି ଅଞ୍ଚଳ ଉପରେ ଶାସନ କରିବା କଷ୍ଟକର। ସମ୍ଭବତଃ ଏଇଥିପାଇଁ ଭାଜପା ଯେତେ କଳ, ବଳ ଓ କୌଶଳ ପ୍ରୟୋଗ କଲେ ମଧ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିଲା ନାହିଁ।
ଏହି ଦୁଇ ନିର୍ବାଚନ ଅନ୍ୟଏକ ଚିତ୍ରକୁ ସ୍ପଷ୍ଟ କରୁଛି। ଉତ୍ତର ଭାରତର ଏହି ଦୁଇଟି ରାଜ୍ୟରେ ଭିନ୍ନ ପ୍ରକାରର ମତଦାନ ପ୍ରମାଣ କରୁଛି ଯେ ଏହି ଦେଶରେ କେବଳ ଗଣତନ୍ତ୍ର ନୁହେଁ, ସଂଘୀୟ ଚିନ୍ତାଧାରା ମଧ୍ୟ ସଫଳତା ପାଇପାରୁଛି। ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ର ଚିନ୍ତାଧାରା ଭାରତର ସମସ୍ୟା ଦୂର କରିବ ନାହିଁ। ବିଭିନ୍ନ ସମୟରେ ନିର୍ବାଚନ ହେଉଥିଲେ ତାହା, ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକରେ, ଶାସକ ଗୋଷ୍ଠୀର ଲଗାମ ଧରିରଖୁଛି। ଏକସଙ୍ଗେ ଭୋଟ ହେଲେ ଖର୍ଚ୍ଚ କମିବ ନାହିଁ, ଅପରପକ୍ଷରେ ଲୋକମତ ଅଧିକ ବିଭ୍ରାନ୍ତିକର ହେବାର ସୁଯୋଗ ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ଶିକ୍ଷାରେ ସ୍ଥାନୀୟ ଶିକ୍ଷା

ପ୍ରାଥମିକ ଶିକ୍ଷା କହିଲେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାସ୍ତର, ଶ୍ରେଣୀସ୍ତର, ଶିକ୍ଷଣ ପ୍ରକ୍ରିୟା, ବୁଝିବାର ତରିକା, ଆକଳନ ପଦ୍ଧତି, ପରୀକ୍ଷା, ପାଠ ପର୍ଯ୍ୟବେକ୍ଷଣ, ପାଠ...

ଯଃ ପଳାୟତି, ସଃ ଜୀବତି

ଯେତେ ଯାହା ଅସୁବିଧା ସତ୍ତ୍ୱେ ମନୁଷ୍ୟ ପୃଥିବୀର ମାଧ୍ୟାକର୍ଷଣକୁ ଅତିକ୍ରମ କରୁ ଏବଂ ଅନ୍ତତଃ ସୌରମଣ୍ଡଳୀୟ ମହାକାଶରେ ନିଜ ପାଇଁ ସ୍ଥାନ ସଂରକ୍ଷଣ କରୁ। ପୃଥିବୀର...

ପୁରାଣରେ ଦୁର୍ଗା

ଦୁର୍ଗାଙ୍କ କାହାଣୀ ମୂଳ ସଂସ୍କୃତ ରଚିତ ଦେବୀ ମହାତ୍ମ୍ୟରୁ କିମ୍ବା ଚଣ୍ଡିପାଠରୁ ଆସିଛି, ଯାହା ମାର୍କଣ୍ଡେୟ ପୁରାଣର ଅଂଶ। ଏହା ପ୍ରାୟ ୧,୫୦୦ ବର୍ଷ ପୂର୍ବେ...

ଅଲୋଡ଼ା ନୁହନ୍ତି ବରିଷ୍ଠ ନାଗରିକ

ଷାଠିଏ ବର୍ଷ ପୂରିଗଲେ ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନସୂଚକ ସମ୍ବୋଧନ ସିନିୟର ସିଟିଜେନ ବା ‘ବରିଷ୍ଠ ନାଗରିକ’ ମନରେ ଆତ୍ମସନ୍ତୋଷ ଭରିଦିଏ। ସିନିୟର ସିଟିଜେନ ପରିଚୟରେ ଖୁବ୍‌...

ସାଇବର ଠକାମିରେ ନୂଆ ଫର୍ଦ୍ଦ

ବିତ୍ତୀୟ ପରିଚାଳନାରେ ଡିଜିଟାଲ କାରବାରର ଲୋକପ୍ରିୟତା ଓ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇଛି। ଏହା ସହ ବଢି ଚାଲିଛି ସାଇବର ଠକେଇ। ୨୦୨୪ ମସିହାର...

ଏଇ ଭାରତରେ

କର୍ନାଟକର ସୁରେଶ ଏସ୍‌ ଆର ଓ ତାଙ୍କ ସ୍ତ୍ରୀ ମୈଥିଲି ଗୁଆ ଗଛର ପତ୍ର ଓ ଖୋଳପାରୁ କୃତ୍ରିମ ଚମଡ଼ା ଭଳି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି।...

ଗରିବର ଇଜ୍ଜତ

ଗରିବ ଲୋକର ହାତର ଅଙ୍ଗୁଳି ଓ ହୃଦୟ ବୋଧହୁଏ ଗୋଟିଏ ଶରୀରରେ ଅବସ୍ଥିତ ନୁହେଁ ଅବା ରାଜନେତାମାନେ ଏ ବିଷୟରେ ଅବଗତ ନାହାନ୍ତି, ନ ହେଲେ...

ଭଗବାନଙ୍କ ନାଁରେ ମିଛ

ବଞ୍ଚିବା ଲାଗି ଖାଦ୍ୟ ଦରକାର ଏବଂ ଖାଦ୍ୟ ଦୃଷ୍ଟିରୁ ଦୁନିଆରେ ପ୍ରତ୍ୟେକ ଜୀବନ୍ତ ଜିନିଷ ଦୁଇ ଭାଗରେ ବିଭକ୍ତ – ଗୋଟିଏ ଆତ୍ମଜୀବୀ ବା ଅଟୋଟ୍ରଫିକ୍‌,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri