ଓଡ଼ିଶାର ବିରଳ ଭସାଣି

ରାଜନଗର, ୧୫।୧୦ଭାସ୍କର ରାଉତରାୟ): ରାଜନଗରର ଗଣପର୍ବ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଛି। ରାଜନଗର ଦେବୀ ଘରେ ମା’ ଦୁର୍ଗାଙ୍କର ରବିବାର ଜୟା, ବିଜୟା ଓ ଅପରାଜିତା ପୂଜା ସହ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା। ସମୂହ ପୁଷ୍ପାଞ୍ଜଳି ସହ ମା’ଙ୍କ ବିସର୍ଜନ ପୂଜା ସମାପନ ହୋଇଥିଲା। ସୋମବାର ମା’ଙ୍କୁ ହଂସୁଆ ନଦୀରେ ମେଲାଣି ଦିଆଯାଇଛି। ପରମ୍ପରା ଅନୁଯାୟୀ, ଗୋପାଳ ସମ୍ପ୍ରଦାୟର ଲୋକେ ମା’ଙ୍କୁ କାନ୍ଧରେ ବୋହି ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀକୂଳରେ ପହଞ୍ଚାଇଥିଲେ। ଘଣ୍ଟଘଣ୍ଟା ଓ ପାରମ୍ପରିକ ବାଦ୍ୟ ସହ ହରିବୋଲ ହୁଳହୁଳି ଧ୍ୱନିରେ ମା’ଙ୍କୁ ମେଲାଣି ଦିଆଯାଇଛି। ହଂସୁଆ ନଦୀରେ ଥିବା ସୁସଜ୍ଜିତ ନୌକାରେ ମା’ ବସି ୭ ଘେରା ଚାପ ଖେଳିଥିଲେ। ୨ଟି ନୌକାକୁ ଯୋଡ଼ାଯାଇ ତାକୁ ସୁସଜ୍ଜିତ କରାଯାଇ ମା’ଙ୍କୁ ବସାଇ ନଦୀରେ ୭ ଘେରା ଚାପ ଖେଳିବା ପରେ ମେଲାଣି ନେଇଛନ୍ତି। ମା’ ଦୁର୍ଗାଙ୍କ ସହ ଗଳିଦାଣ୍ଡର ବନଦୁର୍ଗା, ସାନବଡ଼ଗୋପାଳପୁରର ମା’ଶାରଳା, ମାଛ ମାର୍କେଟର ମା’ ଗଙ୍ଗାମାତା ଓ ପୁରୁଣା ବଜାରର ହରଗୌରୀ, ଘାଟଗଳିର ସାଇବାବାଙ୍କ ମୃଣ୍ମୟ ମୂର୍ତ୍ତିକୁ ସୁସଜ୍ଜିତ ନୌକାରେ ଚାପଖେଳ ମାଧ୍ୟମରେ ମେଲାଣି ଦିଆଯାଇଛି। ସାରା ଓଡ଼ିଶାରେ ବିରଳ ଏହି ଜଳପଥରେ ଭସାଣି ଉତ୍ସବ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ନଈ ମଧ୍ୟରେ ଭଜନ କୀର୍ତ୍ତନ, ପାରମ୍ପରିକ ବାଦ୍ୟ ସହ ମା’ ଓ ଦେବଦେବୀଙ୍କୁ ମେଲାଣି ଆଧ୍ୟାମତ୍ିକ ପରିବେଶ ସୃଷ୍ଟି କରିଥିଲା। ଦୀର୍ଘ ୨ କିମି ବ୍ୟାପୀ ନଈ ମଧ୍ୟରେ ୭ ଘେରା ଚାପ ଖେଳିବା ପରେ ମା’ଙ୍କୁ ମେଲାଣି ଦିଆଯାଇଛି। ଏହି ଭସାଣି ଶୋଭାଯାତ୍ରାରେ ଶ୍ରୀ ଶ୍ରୀ ଶାରଦୀୟ କମିଟିର ସ୍ଥାୟୀ ସଭାପତି ତଥା ରାଜନଗର ଆଇଆଇସି ଅଜୟ କୁମାର ଜେନା, ଶାନ୍ତି କମିଟିର ସଭାପତି ତଥା ତହସିଲଦାର ଅଜୟ କୁମାର ମହାନ୍ତି, ଶାରଦୀୟ ଦୁର୍ଗାପୂଜା କମିଟିର ସମ୍ପାଦକ ପ୍ରଭାତ ଚନ୍ଦ୍ର ମିଶ୍ର, ପଣ୍ଡିତ ଶଙ୍କର୍ଷଣ ମିଶ୍ର, ନାରାୟଣ ମାହୁନ୍ତ, ରମେଶ ଚନ୍ଦ୍ର ଲାଲ, ବିଜୟ କୁମାର ଗୁପ୍ତା, ଜୟଦୁର୍ଗା ବଣିକ ସଂଘ ସଭାପତି ବାଇଧର ସେଠୀ, ଚିତ୍ତ ରଞ୍ଜନ ଦାସ, ରବୀନ୍ଦ୍ର ନାଥ ନାୟକ ପ୍ରମୁଖ ସାମିଲ ଥିଲେ। ରାଜନଗରରେ ମା’ ଦୁର୍ଗାଙ୍କ ଭସାଣି ନିଆରା ଏବଂ ଓଡ଼ିଶା ପ୍ରସିଦ୍ଧ। ଭାରତରେ ଅନ୍ୟ କୌଣସି ସ୍ଥାନରେ ଜଳପଥରେ ମା’ଙ୍କ ଭସାଣି ଉତ୍ସବ ଏଭଳି ଅନୁଷ୍ଠିତ ହୋଇ ନ ଥାଏ। ସେହିପରି ବ୍ୟାଙ୍କ ଛକ ଶ୍ରୀଗଣପତିଙ୍କ ଭସାଣି ଉତ୍ସବ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ଅନୁଷ୍ଠିତ ହୋଇଯାଇଛି। ମୃଦଙ୍ଗ, ଚାଙ୍ଗୁ ବାଦ୍ୟ ସହିତ ଷଣ୍ଢ ଲଢ଼େଇ ନୃତ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

୫ବର୍ଷର ଝିଅ ପେଟରେ ଛୁରି ଭୁସି ମାରିଦେଲେ ବାପା

ଚିତ୍ରକୋଣ୍ଡା,୧୬।୧୦: ବାପା କଲେ ଏମିତି, ସାବତ ମା’ଙ୍କ କଥାରେ ପଡ଼ି ନିଜର ୫ବର୍ଷର ଝିଅକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା...

ନବୀନଙ୍କ ଜନ୍ମଦିନରେ ସମୁହ ଦୀପଦାନ

ଛତ୍ରପୁର,୧୬।୧୦(ଦିଲ୍ଲୀପ ସାମଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି। ବୁଧବାର ତାଙ୍କ ଜନ୍ମଦିନ ।...

ଟ୍ରାଙ୍କୁଲାଇଜ ହୋଇ ହାତୀ ଛୁଆକୁ ନନ୍ଦନକାନନ ଅଣାଯାଉଛି

ଖୋର୍ଦ୍ଧା,୧୬।୧୦: ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି। ଟ୍ରାଙ୍କୁଲାଇଜ ପରେ ଆହତ ହାତୀକୁ...

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ

ବ୍ରହ୍ମପୁର, ୧୬।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ’ରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବୋମାମାଡ ହୋଇଛି। ବୁଧବାର...

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଉନ୍ମୁକ୍ତ କାଣ୍ଡ: ସ୍ତ୍ରୀ-ପୁତୁରାଙ୍କୁ ହାଣିଲେ

ବ୍ରହ୍ମଗିରି, ୧୬।୧୦(ସ୍ବାଧୀନ ଚମ୍ପତ୍ତିରାୟ): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶ୍ୱଶୁର...

ଅମଳ ପୂର୍ବରୁ ଧାନ ଫସଲରେ ରୋଗପୋକ

ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଅଧିକ ଧାନଚାଷ ଯୋଗୁ କୃଷି ପ୍ରଧାନ ଜିଲା ଭାବେ ମଧ୍ୟ ଏହି ଜିଲା ପରିଚିତ। ହେଲେ ଏଠାରେ...

ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକଙ୍କ ଝିଅ

ଆଳି,୧୬।୧୦(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡା. ଦେବସ୍ମିତା ଶର୍ମାଙ୍କୁ ତାଙ୍କ ଶାଶୁଘର ଲୋକ ଯୌତୁକ ଲାଗି ନିର୍ଯାତନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri