କରୋନା ସଙ୍କଟ ସମୟରେ ପରିସ୍ଥିତିରେ ଯେତେବେଳେ ଜିମ୍ ବନ୍ଦ ହୋଇଯାଏ, ସେହିସମୟରେ ବଲିଉଡ୍ ଏବଂ ଟିଭି ତାରକାମାନେ ନିଜକୁ ଫିଟ୍ ରଖିବା ପାଇଁ ସାଇକେଲ ଚଲାଇବା ମାଧ୍ୟମରେ ବ୍ୟାୟାମ କରୁଛନ୍ତି। ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଅନେକ ତାରକା ମୁମ୍ବାଇ ରାସ୍ତାରେ ସାଇକେଲ ଚଳାଉଥିବା ଦେଖିବାକୁ ମିଳିଛି।
ତେବେ ଅଭିନେତା ରଣବୀର କପୁର ସାଇକେଲ ଚଲାଉଥିବାର ନଜର ଆସିଥିବା ବେଳେ ତାଙ୍କୁ ଦେଖି ଚିହ୍ନିବା କଷ୍ଟକର ହୋଇଯିବ। କାରଣ ସେ ନିଜକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖିଛନ୍ତି।
ଅଭିନେତ୍ରୀ ସାରା ଅଲ୍ଲୀ ଖାନ ତାଙ୍କ ଭାଇଙ୍କ ସହ ଅନେକ ଥର ସାଇକେଲ ଚଳାଉଥିବାର ନଜର ଆସିଛନ୍ତି। ଏଥର ତାଙ୍କୁ ଏକୁଟିଆ ସାଇକେଲ ଚଳାଉ ଥିବାଦେଖିବାକୁ ମିଳିଛିି।
ଅଭିନେତା ସୋରାଜ ପଞ୍ଚୋଲି ସାଇକେଲ ଚଳାଉଥିବାର ନଜର ଆସିଥିଲେ। ଏହି ସମୟରେ ସୁରଜ ଏକ କଳା ପୋଷାକ ପିନ୍ଧିଥିଲେ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ, ଶେଷ ଥର ପାଇଁ ୨୦୧୯ରେ ମୁକ୍ତିଲାଭ କରିଥିବା ‘ସାଟେଲାଇଟ ଶଙ୍କର’ରେ ସୁରଜଙ୍କୁ ଦେଖିବାକୁ ମିଳିଥିଲା।
ଖତ୍ରୋ କେ ଖିଲାଡି ‘ସିଜନ ୧୦ ବିଜେତା କରିସ୍ମା ତନ୍ନା ମଧ୍ୟ ସାଇକେଲ ଚଲାଇଥିବା ନଜର ଆସିଛନ୍ତି।
ଅଭିନେତା ଡିନୋ ମୋରେଓ ତାଙ୍କ ଫିଟନେସ୍ ପାଇଁ କଠିନ ପରିଶ୍ରମ କରନ୍ତି । ବ୍ୟାୟାମ କରିବା ସମୟରେ ତାଙ୍କ ଫଟୋ ଜିମ୍ରେ ଭାଇରାଲ ହୋଇଥାଏ। ଡିନୋ ମଧ୍ୟ ଲକଡାଉନରେ ସାଇକେଲ ଚଳାଇ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।