Categories: ଜାତୀୟ

ନିଜକୁ ଗୁଳି ମାରିଲେ ଡିଆଇଜି

କୋଏମ୍ବାଟୁର,୭।୭: ତାମିଲନାଡୁର କୋଏମ୍ବାଟୁରର ଡିଜି ନିଜ କାର୍ଯ୍ୟାଳୟରେ ନିଜକୁ ଗୁଳି କରିଛନ୍ତି। ଗୁଳି ଚଳାଇବାର କିଛି ସମୟ ପରେ ଡିଜିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ରେସ କୋର୍ସରେ ଥିବା କ୍ୟାମ୍ପ ଅଫିସରେ ଡିଜି ସି. ବିଜୟକୁମାର ପିସ୍ତଲ ସାହାଯ୍ୟରେ ନିଜକୁ ଗୁଳି ଚଳାଇଥିଲେ। ତାଙ୍କ ନିକଟସ୍ଥ ପୋଲିସ କର୍ମଚାରୀଙ୍କ ସୂଚନା ଅନୁସାରେ, ସେ ଗତ କିଛି ଦିନ ହେବ ଚାପରେ ଥିଲେ। ଫଳରେ ବର୍ତ୍ତମାନ ସେ ଏହି ପଦକ୍ଷେପ ନେଇଛନ୍ତି। ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସମସ୍ତ ବଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବିଜୟକୁମାର ଜୁଲାଇ ୬ ସକାଳେ ବୁଲିବାକୁ ଯାଇଥିଲେ ଏବଂ ଏହି ସମୟରେ ସେ ତାଙ୍କ କ୍ୟାମ୍ପ ଅଫିସରେ ପହଞ୍ଚିଥିଲେ। ଏଠାରେ ସେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କଠାରୁ ପିସ୍ତଲ ମାଗି ଅଫିସ ଛାଡିଥିଲେ। କିଛି ସମୟ ପରେ ଡିଜି ନିଜେ ଗୁଳି ଚଳାଇଥିଲେ। ଗୁଳିର ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡିଜି ତଳେ ପଡ଼ିଥିବା ଦେଖିଥିଲେ।
ବିଜୟକୁମାର ଜାନୁଆରୀ ୬, ୨୦୨୩ରେ କୋଏମ୍ବାଟୁର ରେଞ୍ଜର ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ବିଜୟକୁମାର ୨୦୦୯ ବ୍ୟାଚର ଜଣେ ଆଇପିଏସ ଅଧିକାରୀ ଥିଲେ।

Share