ମୋଦିଙ୍କ ପ୍ରଶଂସାରେ ଶତମୁଖ ସିଦ୍ଧାନ୍ତ: କହିଲେ, ତାଙ୍କ ସହ ପଦେ କଥା ହେଲେ…

ଭୁବନେଶ୍ୱର,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପରେ ପ୍ରଥମ ଥର ଦଳୀୟ କାର୍ଯ୍ୟାଳୟ ଯାଇ ଦଳର ବିଧାୟକ, ମନ୍ତ୍ରୀ, ଏମ୍‌ପି ଏବଂ ପଦାଧିକାରୀଙ୍କ ସହ ଦୀର୍ଘ ସମୟ ଧରି ବୈଠକ କରିଥିଲେ। ଏହି ସମୟରେ ସେ ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏହି ବୈଠକ ପରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି।
ସିଦ୍ଧାନ୍ତ କହିଛନ୍ତି, ଅତ୍ୟନ୍ତ ସାଧାରଣ ଭାବେ କଥାବାର୍ତ୍ତା ହୋଇଥିଲେ। ଏଭଳି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ସହ ପଦେ କଥା ହେଲେ ଆତ୍ମସନ୍ତୋଷ ମିଳେ। ଅନେକ କଥା ତାଙ୍କ ଠାରୁ ଜାଣିବାକୁ ଓ ଶିଖିବାକୁ ମିଳେ। ଲୋକଙ୍କ ବିଶ୍ୱାସଭାଜନ ହେଲେ ଲମ୍ବା ସମୟ ଧରି ସରକାରରେ ରହିହେବ। ସେଥିଲାଗି କ’ଣ କରିବା ଦରକାର ତାହା ଉପରେ ଚର୍ଚ୍ଚା ହେଲା। ବହୁ ରିଲାକ୍ସ ମୁଡ୍‌ରେ କଥାବାର୍ତ୍ତା ହେଲେ। ସାର୍ବଜନୀନ ଜୀବନରେ ଆଚରଣ ଉଚ୍ଚାରଣ କିଭଳି ହେବା ଦରକାର ସେନେଇ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଲେ ବୋଲି ସେ କହିଛନ୍ତି।

ବିଧାୟକ ଲକ୍ଷ୍ମଣ ବାଗ୍‌ କହିଛନ୍ତି, ଲୋକଙ୍କ ପାଇଁ କିଭଳି କାମ କରିବାକୁ ହୁଏ ସେ ବିଷୟରେ ମୋଦି କହିଲେ। ଜଣେ ଦଳୀୟ କର୍ମକର୍ତ୍ତା ଭଳି ଆମମାନଙ୍କ ସହ ମିଶିଲେ। ଯେଭଳି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କଥା ହୁଅନ୍ତି ସେପରି ଆଜି କଥା ହେଲେ ବୋଲି ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହ ମିଶି ରାତ୍ରିଭୋଜନ କରିଛନ୍ତି। ଓଡ଼ିଆ ଖାଦ୍ୟର ଆୟୋଜନ କରାଯାଇଥିଲା। ରାତି ପ୍ରାୟ ୧୦ଟା ବେଳକୁ ପ୍ରଧାନମନ୍ତ୍ରୀ ରାଜଭବନ ଅଭିମୁଖେ ବାହାରିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବିଭାଗ ଗାଇଡ୍‌ଲାଇନ୍‌କୁ ଖୋଲାଖୋଲି ଉଲ୍ଲଂଘନ: ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା

ଗଞ୍ଜାମ,୨୧ା୪(ବିଦ୍ୟାଧର ସାହୁ): ସରକାରୀ ସ୍କୁଲଗୁଡ଼ିକ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତ। ପୋଷାକ, ବୁଟ, ବହି, ସ୍କୁଲ ବ୍ୟାଗ ଇତ୍ୟାଦି ମାଗଣାରେ ସରକାର ଯୋଗାଇ...

ଭାରତରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି JD Vance, ଦେଶି ଲୁକରେ ନଜର ଆସିଲେ ଜୁନିଅର Vance

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୪: ଆମେରିକାର ଉପରାଷ୍ଟ୍ରପତି JD Vance ତାଙ୍କର ପ୍ରଥମ ସରକାରୀ ଗସ୍ତରେ ସୋମବାର ଭାରତ ପହଞ୍ଚିଛନ୍ତି। ଏହି ଯାତ୍ରା ୨୧ ଏପ୍ରିଲରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ...

ସ୍ତ୍ରୀଙ୍କ ଆଖି ସାମ୍ନାରେ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ଢେଙ୍କାନାଳ,୨୧ା୪(ରତନ ନାୟାର): ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଘଟିଛି ଏକ ଅଭାବନୀୟ କାଣ୍ଡ। ସ୍ଥାନୀୟ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ ନାମକ...

Myanmar Earthquake: ମ୍ୟାନମାରେ ଆସିଥିବା ଭୂକମ୍ପକୁ ନେଇ ଆସିଲା ଚମକାଇବା ଭଳି ଖବର

ନାପିଦାଉ,୨୧।୪: ୨୮ ମାର୍ଚ୍ଚରେ ମ୍ୟାନମାରର ମାଣ୍ଡାଲେ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ହେବା ପରେ ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ଶେୟାର କରିଥିଲେ। ଏହା ଏକ ଅସାଧାରଣ...

ରେଲଓ୍ବେ ଷ୍ଟେଶନ ଡଷ୍ଟବିନରୁ ଉଦ୍ଧାର ହୋଇଥିବା ଝିଅ ଆଜି କଲେକ୍ଟରଙ୍କ ସହ ବସି ଲେଖିବେ ଅର୍ଡର, MPSC ପରୀକ୍ଷାରେ…

ଅମରାବତୀ: ଭାଗ୍ୟ କେବେ ଧନ ଉପରେ ନିର୍ଭର କରେ ନାହିଁ। ଭଗବାନ କାହାର ଭାଗ୍ୟରେ କ’ଣ ଲେଖିଛନ୍ତି ତାହା କେହି ଜାଣନ୍ତି ନାହିଁ। ପ୍ରାୟ ଅଢ଼େଇ...

ଧୂମପାନ କରୁଥିଲେ ସାବଧାନ! ଗ୍ରାସ କରୁଛି ଏକ ବିରଳ ରୋଗ, ସତର୍କ କରାଇଲା WHO

ସିଗାରେଟ୍‌ ଟାଣିବା କିମ୍ବା ତମାଖୁ ସେବନ କେବଳ ଫୁସ୍‌ଫୁସ୍‌ ଏବଂ ପାଟିର କ୍ଷତି କରେ ନାହିଁ, ଏହା କ୍ୟାନ୍‌ସର ବା କର୍କଟ ଭଳି ଭୟଙ୍କର ରୋଗର...

ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା, Encounterରେ ୬ ନକ୍ସଲ ନିପାତ

ଲାଲପନିଆ(ବୋକାରୋ),୨୧।୪: ବୋକାରୋ ଜିଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲ, ପୋଲିସ ଏବଂ ସିଆରପିଏଫ ଟିମ୍‌ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି Encounterରେ ୬ ଜଣ...

ଫେରିଲା ତାତି: ପୁଣି ପାରଦ ଉପରମୁହାଁ

ଭୁବନେଶ୍ୱର,୨୧ା୪(ଅନୁରାଧା ମହାରଣା): କାଳବୈଶାଖୀ ବର୍ଷା ପାଇଁ କିଛିଦିନ ହେବ ରାଜ୍ୟରେ ତାପମାତ୍ରା କମିଥିଲା। ଗରମ, ଗୁଳୁଗୁଳିରୁ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିବାବେଳେ ଏବେ ପାରଦ ପୁଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image