ଦିଗପହଣ୍ଡି ତହସିଲଦାରଙ୍କୁ ଆକ୍ରମଣ ଘଟଣା: ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାଁରେ ମାମଲା

ଦିଗପହଣ୍ଡି,୨୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗାଁରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅଦୈତ କୁମାର ସ୍ବାଇଁ ଏବଂ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡଙ୍କୁ ଶନିବାର ଆକ୍ରମଣ ହୋଇଥିଲା। ଏହି ଘଟଣାରେ କେ.ନୂଆଗାଁ ଥାନାରେ ୨୦ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ନାଁରେ ହତ୍ୟାଉଦ୍ୟମ ମାମଲା ରୁଜୁ କରାଯାଇଛି। ତହସିଲଦାରଙ୍କ ଏତଲା କ୍ରମେ ଥାନାରେ କେସ ନଂ.୧୭୮/୨୦ରେ ମାମଲା ରୁଜୁ କରାଯାଇଥିବା ଆଇଆଇସି ମାଧବାନନ୍ଦ ନାୟକ ଜଣାଇଛନ୍ତି। ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇପଡ଼ିଥିବା ବେଳେ ସୋମବାର ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ, ଥାନା ଆଇଆଇସିଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ଫୋର୍ସ ଗାଁରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି।
ସୂଚନାଯୋଗ୍ୟ, ଶନିବାର ଗ୍ରାମବାସୀ କୋଭିଡ ନିୟମ ଉଲ୍ଲଂଘନ କରି ଗଣେଶ ପୂଜା କରୁଥିଲେ। ଗାଁରେ ବିଳମ୍ବିତ  ଯାଏ ବିଭିନ୍ନ ଦୋକାନ ଖୋଲାଯାଇଥିବା ଅଭିଯୋଗ ହସ୍ତଗତ ହେବାପରେ ଦିଗପହଣ୍ଡ ତହସିଲଦାର ସ୍ବାଇଁ,ଙ୍କ ଗଣେଶ ପୂଜା ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ସହ ଦୋକାନ ବଜାର ବନ୍ଦ କରିଥିଲେ।