Posted inଜାତୀୟ

ବଢୁଛି ‘ଡିଜିଟାଲ ଆରେଷ୍ଟ’ ଅନ୍‌ଲାଇନ ଠକେଇ

ନୂଆଦିଲ୍ଲୀ,୭ା୧୦: ଭାରତରେ ‘ଡିଜିଟାଲ ଆରେଷ୍ଟ’ ନାମରେ ଅନ୍‌ଲାଇନ ଠକେଇ ବଢ଼ିବାରେ ଲାଗିଛି। ଅପରାଧୀମାନେ ଏହି ସାଇବର ଅପରାଧ କୌଶଳକୁ ଡିଜିଟାଲ ଆରେଷ୍ଟ ନାଁ ଦେଇଛନ୍ତି। ତେବେ ସିବିଆଇ, ପୋଲିସ, ସୀମାଶୁଳ୍କ ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କିମ୍ବା ବିଚାରପତିମାନେ କାହାକୁ ଭିଡିଓ କଲ୍‌ ଜରିଆରେ ଗିରଫ କରି ନ ଥାନ୍ତି ବୋଲି ଇଣ୍ଡିଆନ୍‌ ସାଇବର କ୍ରାଇମ୍‌ କୋଅର୍ଡିନେଶନ ସେଣ୍ଟର (ଆଇ୪ସି) ଏକ ଆଡଭାଇଜରି ଜାରି କରଛି। ଇଣ୍ଟରନେଟ୍‌ ବ୍ୟବହାର କରି ଅପରାଧୀମାନେ ଡିଜିଟାଲ ଆରେଷ୍ଟ ନାଁରେ ଲୋକଙ୍କୁ ଫସାଇ ଲୁଟୁଥିବା ସଂଘୀୟ ସାଇବର ସୁରକ୍ଷା ସଂସ୍ଥା ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି। ଏଭଳି ଭିଡିଓ କଲ୍‌ କିମ୍ବା ଏସ୍‌ଏମ୍‌ଏସ୍‌ ଆସିଲେ ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଅପରାଧୀମାନେ ଲୋକଙ୍କ ପାଖକୁ ଏସ୍‌ଏମ୍‌ଏସ୍‌ ପଠାଇ କିମ୍ବା ଭିଡିଓ କଲ୍‌ ଜରିଆରେ ନିଜକୁ ପୋଲିସ, ସିବିଆଇ କିମ୍ବା ଇଡି ଅଧିକାରୀ ଭାବେ ପରିଚୟ ଦେଇଥାନ୍ତି। ସମ୍ପୃକ୍ତ ବ୍ୟକ୍ତି କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଡ୍ରଗ୍‌ ଚାଲାଣ, ମନିଲଣ୍ଡରିଂ କିମ୍ବା ପାଖରେ ବେଆଇନ ସାମଗ୍ରୀ ରଖିଥିବା ଅଭିଯୋଗ କରି ଭିଡିଓ କଲ୍‌ କରିଥିବା ବ୍ୟକ୍ତି ତାଙ୍କୁ ଡିଜିଟାଲି ଗିରଫ କରାଗଲା ବୋଲି କହିଥାନ୍ତି। ଏଭଳି କଲ୍‌ କରି ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭୟଭୀତ କରାଇବା ସହ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଦାବି କରିଥାନ୍ତି। ନିଜକୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାରର ପରିଚୟ ଦେଇ ୪.୯୫ ଲକ୍ଷ ଟଙ୍କା ଠକି ନେଇଥିବା ୨ ଜଣ ଅପରାଧୀଙ୍କୁ ଗତମାସରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଏଭଳି ଅନେକ ଘଟଣା ଗତ କିଛି ମାସ ମଧ୍ୟରେ ସାମ୍‌ନାକୁ ଆସିଲାଣି। ହ୍ବାଟ୍ସଆପ୍‌ ଏବଂ ସ୍କାଇପେ ଭଳି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ଅପରାଧରେ ବ୍ୟବହାର କରାଯାଉଥିବା ନେଇ ଆଇ୪ସି ଏହାର ଆଡଭାଇଜରିରେ ସେଗୁଡ଼ିକର ଲୋଗୋ ଚିତ୍ରଣ କରିଛି। ଏଭଳି ଅପରାଧ ବିରୋଧରେ ସୁରକ୍ଷା ବଢ଼ାଇବାକୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ସହ କାର୍ଯ୍ୟ କରୁଥିବା କହିଥିଲେ। ଏଭଳି କୌଣସି କଲ୍‌ ଆସିଲେ ତୁରନ୍ତ କେନ୍ଦ୍ରୀୟ ହେଲ୍ପଲାଇନ ନମ୍ବର ୧୯୩୦କୁ କଲ୍‌ କରିବାକୁ କିମ୍ବା www.cybercrime.gov.in ଓ୍ବେବ୍‌ସାଇଟ୍‌ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ଚାର୍ଜସିଟ୍‌ ଦାଖଲ ଗଲା ସିବିଆଇ

କୋଲକାତା,୭।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସଞ୍ଜୟ ରାୟଙ୍କୁ ମୁଖ୍ୟ ଅଭିଯୁକ୍ତ...

‘ଡେଲିଭରୀ ବଏ’ ସାଜିଲେ ଜୋମାଟୋ ସିଇଓ: ଅର୍ଡର ଡେଲିଭରୀ ପରେ ବଖାଣିଲେ ଦୁଃଖ

ନୂଆଦିଲ୍ଲୀ,୭।୧୦: ଜୋମାଟୋ ସିଇଓ ଦୀପିନ୍ଦର ଗୋୟାଲ ନିକଟରେ ତାଙ୍କ ସ୍ତ୍ରୀ ଗ୍ରେସିଆ ମୁନୋଜଙ୍କ ସହ ଗୋଟିଏ ଦିନ ଫୁଡ୍‌ ଡେଲିଭରୀ ଏଜେଣ୍ଟ ଭାବରେ କାର୍ଯ୍ୟ କରିଥିଲେ।...

ଦଳିତ ପରିବାରରେ ସମୟ ବିତାଇଲେ ରାହୁଲ ଗାନ୍ଧୀ: ଶିଖିଲେ ରୋଷେଇ

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ଏମ୍‌ପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସୋମବାର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଅଜୟ ତୁକାରାମ ସନାଡେ ଏବଂ...

ମୁଇଜୁଙ୍କୁ ଭେଟିବା ପରେ ବଡ଼ କଥା କହିଦେଲେ ମୋଦି

ନୂଆଦିଲ୍ଲୀ,୭ା୧୦: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତରେ ଅଛନ୍ତି। ସୋମବାର ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ହାଇଦ୍ରାବାଦ ହାଉସରେ ଏହି ସାକ୍ଷାତ ଅନୁଷ୍ଠିତ ହୋଇଥିଲା।...

ମୋଦିଙ୍କୁ ୭୫ ବର୍ଷ ହେବାକୁ ଅପେକ୍ଷା କରିଛନ୍ତି ଜନତା, ବର୍ଷିଲେ ସିସୋଡିଆ

ନୂଆଦିଲ୍ଲୀ,୭।୧୦: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ସାମ୍ବାଦିକ ସମ୍ମିଳନୀରେ ଭାଜପା ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଭାରତବାସୀ...

ସରକାର ଗଠନକୁ ନେଇ ବଡ଼ ଘୋଷଣା କଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୭।୧୦: ଜମ୍ମୁ କଶ୍ମୀର ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଏକ ବଡ଼ ବୟାନଦେଇଛନ୍ତି। ସେ କହିଛନ୍ତି, ଆମେ କୌଣସି ସମୟରେ ଭାଜପା ସହିତ ଯିବୁ...

କ୍ରିକେଟ ଖେଳିଲେ ଯୋଗୀ, ହାତରେ ବ୍ୟାଟ୍‌ ଧରି ମାରିଲେ ଚୌକା-ଛକା

ଲକ୍ଷ୍ନୌ,୭ା୧୦: ପଡ଼ିଆକୁ ଓହ୍ଲାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ହାତରେ ବ୍ୟାଟ୍‌ ଧରି ଚଉକା, ଛକା ବର୍ଷଣ କରିଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଅଲ୍‌ ଇଣ୍ଡିଆ...

ଆଇସିୟୁରେ ଥିବା ଖବରକୁ ନିଜେ ଖଣ୍ଡନ କଲେ ରତନ ଟାଟା, କହିଲେ ଭୁଲ ଖବର ଦିଅନ୍ତୁ ନାହିଁ

ମୁମ୍ବାଇ,୭।୧୦: ଟାଟା ଗ୍ରୁପ ଭେଟେରାନ ରତନ ଟାଟାଙ୍କର ସ୍ବାସ୍ଥ୍ୟ ଖରାପ ହେବାର ଖବର ଆସିଥିଲା। ହେଲେ ଏବେ ସେ ନିଜେ ଏହି ଖବରକୁ ଅସ୍ବୀକାର କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri