Categories: ବାଣିଜ୍ୟ

ଆଇସିଆଇସିଆଇ ବ୍ୟାଙ୍କର ଡିଜିଟାଲ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨।୯: ଆଇସିଆଇସିଆଇ ବ୍ୟାଙ୍କର ଆଉ ଏକ ନୂତନ ଡିଜିଟାଲ ଶାଖା ଭୁବନେଶ୍ୱର ପଟିଆ ନିକଟସ୍ଥ କଳାରାହାଙ୍ଗଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର ସେଣ୍ଟରର ନିର୍ଦ୍ଦେଶକ, ଏକାଡେମିକ୍‌ ପ୍ରଫେସର ବିଧୁ କେ ମହାନ୍ତି (ଏମ୍‌ଡି) ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ଏହି ଶାଖା ଜରିଆରେ ଗ୍ରାହକ ସଞ୍ଚୟ ଓ ଚଳନ୍ତି ଖାତା ଖୋଲିବା ସହ ବାଣିଜ୍ୟ ଓ ବିଦେଶୀ ମୁଦ୍ରା ବିନିମୟ ସେବା, ରେକରିଂ ଜମା, ବ୍ୟବସାୟ ଋଣ, ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଓ ସୁନା ଋଣ ଭଳି ବିଭିନ୍ନ ସେବା ପାଇପାରିବେ। ଏପରିକି ଗ୍ରାହକମାନଙ୍କୁ ବ୍ୟାଙ୍କ ଉକ୍ତ ଶାଖା ଜରିଆରେ ରେମିଟାନ୍ସ ଓ କାର୍ଡ ସେବା ପ୍ରଦାନ କରୁଛି। ଏଠାରେ ମଧ୍ୟ ଲକର ସୁବିଧା ପ୍ରଦାନ କରାଯାଉଛି। ବିଶେଷକରି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ଡୋର୍‌-ଷ୍ଟେପ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା ଉପଲବ୍ଧ।

Share