Categories: ବାଣିଜ୍ୟ

ଟାଟା ଏଆଇଏର ଡିଜିଟାଲ ଅଭିଯାନ

ନୂଆଦିଲ୍ଲୀ,୨୯।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ତଥା ସ୍ବତନ୍ତ୍ର ଡିଜିଟାଲ ଅଭିଯାନ ‘ଯାଦୁଇ ପକେଟ୍‌ କା ସିକ୍ରେଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଯେଉଁଥିରେ ପିଲାମାନଙ୍କ ସ୍ବପ୍ନ ପୂରଣ କରିବାରେ ବାପାଙ୍କ ବାସ୍ତବ ଗୋପନୀୟତାକୁ ମଧ୍ୟ ବିଶେଷ ଭାବେ ଉନ୍ମୋଚନ କରାଯାଇଛି। ସେହି ଭାବନାରୁ ମ୍ୟାଜିକ ପକେଟ୍‌ ଅଭିଯାନର ପରିକଳ୍ପନା କରାଯାଇଛି। ଏହି ଡିଜିଟାଲ ସିନେମା ଶେଷରେ ବାର୍ତ୍ତା ଦିଆଯାଇଛି ଯେ ଟାଟା ଏଆଇଏର ଫର୍ଚୁନ୍‌ ଗ୍ୟାରେଣ୍ଟି ପ୍ଲସ୍‌ ସେଭିଂ ପ୍ଲାନ୍‌ ଜରିଆରେ ଏହି ଯାଦୁ ସମ୍ଭବ ଯାହା ପଲିସି ଅବଧି ସାରାରେ ଗ୍ୟାରେଣ୍ଟି ନିୟମିତ ଆୟ ପ୍ରଦାନ କରୁଛି। ଏ ସମ୍ପର୍କରେ ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ଚିଫ୍‌ ମାର୍କେଟିଂ ଅଫିସର ଗିରୀଶ କାଲ୍‌ରା କହିଛନ୍ତି, ପରିବାରର ଆୟକାରୀ ସଦସ୍ୟ ଭାବେ ଜଣେ ବାପା ନୀରବରେ ବହୁ ତ୍ୟାଗ କରିଥାଏ।

Share