Categories: ବାଣିଜ୍ୟ

ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ୍‌ ଡିସ୍କାଉଣ୍ଟ୍‌ ଡେଜ୍‌’

ମୁମ୍ବାଇ,୪।୪: ରିଲାଏନ୍ସ ଗ୍ରୁପର ପ୍ରମୁଖ ବ୍ରାଣ୍ଡ୍‌ ରିଲାଏନ୍ସ ଡିଜିଟାଲ ପକ୍ଷରୁ ‘ଡିଜିଟାଲ ଡିସ୍‌କାଉଣ୍ଟ ଡେଜ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶର ସର୍ବବୃହତ ଇଲେକ୍ଟ୍ରୋନିକ୍ସ ସେଲ୍‌ର ମଧ୍ୟ ଶୁଭାରମ୍ଭ ହୋଇଯାଇଛି। ବିଶେଷ କରି ପ୍ରତି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କ୍ରୟରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଓ ସୁବିଧା ରହିଛି। ସେହିଭଳି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଯେ କୌଣସି କାର୍ଡରେ କାରବାର କଲେ ଗ୍ରାହକଙ୍କୁ ଇନଷ୍ଟାଣ୍ଟ ୭.୫% ପର୍ଯ୍ୟନ୍ତ ରିହାତି ସହ ୧୦୦୦ଟଙ୍କା ମୂଲ୍ୟର ଡିସକାଉଣ୍ଟ କୁପନ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଦିଆଯାଉଛି। ଉଲ୍ଲେଖଯୋଗ୍ୟ ରିଲାଏନ୍ସ ଡିଜିଟାଲ କିମ୍ବା ମାଇଁ ଜିଓ ଷ୍ଟୋରରେ ଉକ୍ତ ଅଫର ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ। ଅପରପକ୍ଷରେ ଗ୍ରାହକମାନେ ନୂଆ ନୂଆ ପ୍ରଯୁକ୍ତିରେ ନିର୍ମିତ ବ୍ୟାପକ ବର୍ଗର ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଅଫରର ଅବଧି ମଧ୍ୟରେ କିଣିବା ସହିତ ତୁରନ୍ତ ଡେଲିଭରି ଓ ଇନଷ୍ଟଲେଶନ୍‌ ସୁବିଧା ଆଦି ପାଇପାରିବେ। ବିଶେଷକରି ଟିଭି, ସ୍ମାର୍ଟଫୋନ, ଲାପଟପ୍‌, ରେଫ୍ରିଜରେଟର, ଅଡିଓ ଡିଭାଇସ, କ୍ଷୁଦ୍ର ଘରୋଇ ଉପକରଣ ଭଳି ଅନେକ ସାମଗ୍ରୀ ଉପରେ ଉପରୋକ୍ତ ସମସ୍ତ ସୁବିଧା ଉପଲବ୍ଧ।

Share