ଡିଜିଟାଲ ଡ୍ରଗ ଡିଭାଇସ୍‌

କାର୍ଯ୍ୟବ୍ୟସ୍ତତା ଏବଂ ଅଧିକ କାର୍ଯ୍ୟ ଚାପ ଯୋଗୁଁ ଅନେକ ଆଜିକାଲି ମାନସିିକ ଚାପ (ମେଣ୍ଟାଲ ପ୍ରେସର)ର ସମ୍ମୁଖୀନ ହେଉଛନ୍ତି। ଯଦି ଆପଣ ଏପରି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ତେବେ ସେଥିରୁ ରକ୍ଷା ପାଇବାର ଏକ ଉପାୟ ଖୋଜିପାଇଛନ୍ତି ଆମେରିକୀୟ ବିଶେଷଜ୍ଞମାନେ। ଏମାନେ ନିକଟରେ ‘ଥାଇନିକ୍‌’ ନାମକ ଏକ ଡିଜିଟାଲ ଡ୍ରଗ୍‌ ଡିଭାଇସ୍‌ ପ୍ରସ୍ତୁତ କରିଛନ୍ତି। ବିଶେଷଭାବରେ ଏହି ଡିଭାଇସ୍‌ ଖରାପ ମୁଡ୍‌କୁ ସଜାଡିବାରେ ସହାୟକ ହୋଇପାରିବ। ଏପରି ପରିସ୍ଥିତିର ସମ୍ମୁଖୀନ ହେଉଥିବା ବ୍ୟକ୍ତି ଉକ୍ତ ନୂଆ ଡିଭାଇସ୍‌କୁ ମୁଣ୍ଡରେ ପିନ୍ଧିବାକୁ ପଡିଥାଏ। ଏହାର ଗୋଟିଏ ପାର୍ଶ୍ୱ ମୁଣ୍ଡର ପଛ ପଟକୁ ରହିଥିବା ବେଳେ ଅନ୍ୟଟି କାନ ଉପରେ ରହିଥାଏ। ଏଥିରୁ ନିର୍ଗତ ଏକ ରଶ୍ମିର ସୁପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ, ଯାହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମାନସିକତା ପ୍ରାୟ ସକାରାତ୍ମକ ରହିଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।