Categories: ବାଣିଜ୍ୟ

ଡିଜିଟାଲ ଦୁକାନ୍‌

ନୂଆଦିଲ୍ଲୀ,୬।୪: ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ଏକ ଅଭିନବ ସୁବିଧା ଡିଜିଟାଲ ଦୁକାନ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭିସା ସହଭାଗିତାରେ ବ୍ୟାଙ୍କ ବ୍ୟାପକ ଡିଜିଟାଲ ସମାଧାନ ଯୋଗାଇବ। ଏହା ବ୍ୟବସାୟୀମାନଙ୍କୁ ବିଭିନ୍ନ ମାଧ୍ୟମରେ ଡିଜିଟାଲ୍‌ ପେମେଣ୍ଟ ଗ୍ରହଣ କରିବାରେ ସହାୟକ ହେବା ସହ ସେମାନଙ୍କ ଦୈନନ୍ଦିନ ବ୍ୟବସାୟକୁ ଡିଜିଟାଲ ମାଧ୍ୟମରେ ପରିଚାଳନା କରିବା ଲାଗି ସେମାନଙ୍କୁ ସକ୍ଷମ କରିବ।

ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ସଭାପତି ଓ ମୁଖ୍ୟ-କାର୍ଡ ଆଣ୍ଡ୍‌ ପେମେଣ୍ଟ୍ସ ସଂଜୀବ ମୋଘେ କହିଛନ୍ତି,ବ୍ୟବସାୟ ପରିଚାଳନା ଖର୍ଚ୍ଚ କମ୍‌ କରିବା ଏବଂ ସୁଲଭ ମୂଲ୍ୟରେ ସବୁ ପ୍ରକାର ଡିଜିଟାଲ ପେମେଣ୍ଟ ସମାଧାନ ଗ୍ରହଣ କରିବାରେ କାର୍ଯ୍ୟ କରୁଛୁ। ସେହି ଉଦ୍ୟମରେ ଏକ ମର୍ଚ୍ଚାଣ୍ଟ ଗୋଷ୍ଠୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଅଭିନବ ସମାଧାନ ‘ଡିଜିଟାଲ ଦୁକାନ୍‌ର’ ଶୁଭାରମ୍ଭ କରିବା ଲାଗି ଭିସା ସହିତ ସହଭାଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ।

Share