Categories: ଜାତୀୟ

ଡିଜିଟାଲ ମାଧ୍ୟମରେ ଶିକ୍ଷା ସମୟର ଆବଶ୍ୟକତା, କହିଲେ ମୋଦି…

ନୂଆଦିଲ୍ଲୀ,୧।୭: ଦେଶରେ ଡିଜିଟାଲ ମାଧ୍ୟମରେ ପାଠପଢ଼ା ସମୟର ଆବଶ୍ୟକତା। ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂରଣ ଅବସରରେ ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏଭଳି କହିଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ଡିଜିଟାଲ ମାଧ୍ୟମରେ ବହୁବିଧ କାର୍ଯ୍ୟ ସହଜ ହୋଇପାରିଛି। ଗାଁରେ ଶସ୍ତାରେ ଇଣ୍ଟରନେଟ୍‌ ଯୋଗାଇଦେବା ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଗାଁରେ ପାଠପଢ଼ା ସହଜରେ ସମ୍ଭବ ହୋଇପାରିବ। ଗ୍ରାମୀଣ ଅଞ୍ଚଳର ଗରିବ ଶିକ୍ଷାର୍ଥୀ ଏହା ଦ୍ୱାରା ବେଶ୍‌ ଉପକୃତ ହୋଇପାରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଡିିଜିଟାଲ୍‌ ମାଧ୍ୟମରେ ଗରିବଙ୍କୁ ରାଶନ ଯୋଗାଣ ସହଜ ହୋଇପାରିଛି। ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହଜ ହେବା ସହିତ ଅର୍ଥ ହେର୍‌ଫେର୍‌ କମ୍‌ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୫ ଜୁଲାଇ ୧ରେ ଦେଶରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

Share