Categories: ଜାତୀୟ

ଲୋକ ସଭାରେ ଉପସ୍ଥାପନ ହେଲା ଡିଜିଟାଲ ଡାଟା ପ୍ରୋଟେକଶନ ବିଲ୍‌, କଂଗ୍ରେସ କହିଲା ଲୋକଙ୍କ ଅଧିକାରରୁ ଦବାଇ ଦେବାର ପ୍ରୟାସ

ନୂଆଦିଲ୍ଲୀ,୩।୮: କେନ୍ଦ୍ର ସରକାର ଗୁରୁବାର ଲୋକ ସଭାରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକଶନ ବିଲ୍‌, ୨୦୨୩ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକ ସଭାରେ ବିରୋଧୀ ଏମପିଙ୍କ ସ୍ଲୋଗାନ ଦେଇ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ ଉପସ୍ଥାପନ କରିଛନ୍ତି। ତେବେ ବିରୋଧୀ ଏମପିଙ୍କ ଦ୍ୱାରା ଏହି ବିଲକୁ ଲୋକଙ୍କର ବ୍ୟକ୍ତିଗତ ଅଧିକାର ଉପରେ ଆକ୍ରମଣ ବୋଲି କୁହାଯାଇଥିଲା।
ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍‌, ୨୦୨୩ଉପରେ ଆଲୋଚନା ବେଳେ କଂଗ୍ରେସ ସାଂସଦ ଅଧିର ରଂଜନ ଗୌଧୁରୀ ଏହାକୁ ବିରୋଧ କରିଥିଲେ। ସେ କହିଛନ୍ତି, ଏହି ବିଲ୍‌ ମାଧ୍ୟମରେ ସରକାର ସୂଚନା, ଆଇନ ଏବଂ ଗୋପନୀୟତା ଅଧିକାରକୁ ଖଣ୍ଡନ କରିବାକୁ ଯାଉଛନ୍ତି। ସେଥିପାଇଁ ଏହି ସରକାରଙ୍କ ଦ୍ୱାରା ପ୍ରଦର୍ଶିତ ହେବାକୁ ଥିବା ଏହି ଉଦ୍ଦେଶ୍ୟକୁ ଆମେ ଦୃଢ ବିରୋଧ କରୁଛୁ।

ଲୋକ ସଭାରେ ଡିଜିଟାଲ ଡାଟା ପ୍ରୋଟେକସନ ବିଲ୍‌, ୨୦୨୩ ଉପସ୍ଥାପନ ହେବା ପରେ କଂଗ୍ରେସ ଏମପି ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ଏହିି ବିଲ୍‌କୁ ସ୍ଥାୟୀ ସମିତି ଅଥବା କୌଣସି ଅନ୍ୟ ମଞ୍ଚ ଉପରେ ଚର୍ଚ୍ଚା ପାଇଁ ପଠାଯିବା ଉଚିତ।

Share