Categories: ଜାତୀୟ

ସବୁ ରେଲୱେ ଷ୍ଟେଶନରେ ହେବ ଡିଜିଟାଲ କାରବାର

ନୂଆଦିଲ୍ଲୀ,୧୩ ।୯: କରୋନା ସଙ୍କଟ ସମୟରେ ଭାରତୀୟ ରେଲୱେ ତା’ର ସମସ୍ତ ଷ୍ଟେଶନରେ ଡିଜିଟାଲ କାରବାର ଯୋଗାଇ ଦେବାକୁ ଯୋଜନା କରୁଛି । ଏହାକୁ ନେଇ ରେଲୱେ ବୋର୍ଡ ସମସ୍ତ ରିଜିଓନାଲ ରେଲୱେକୁ ଷ୍ଟେଶନରେ ଯେତେଶୀଘ୍ର ସମ୍ଭବ ଶହେ ପ୍ରତିଶତ ଡିଜିଟାଲ କାରବାର ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏଥିରେ ରେଲୱେ ବୋର୍ଡ କହିଛି ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହିତ କରିବାକୁ ରେଲୱ ଯଥାସମ୍ଭବ ଚେଷ୍ଟା ଜାରି ରଖିଛି । ତେବେ ବୁକିଂ କାଉଣ୍ଟର, ଖାଦ୍ୟ ଷ୍ଟଲ, ଶୌଚାଳୟ ଯେଉଁଠି ଦେୟ ଦେବାକୁ ପଡୁଛି ସବୁଠି ଡିଜିଟାଲ ପେମେଣ୍ଟର ବ୍ୟବସ୍ଥା କରାଯିବ । ସୂଚନାଯୋଗ୍ୟ, ଏବେ ଏହି ବ୍ୟବସ୍ଥା କେବଳ ବଡ ବଡ ଷ୍ଟେଶନରେ ମିଳୁଥିବା ବେଳେ ଏଣିକି ସମସ୍ତ ଷ୍ଟେଶନରେ ଏହା ଉପଳବ୍ଧ କରାଇବା ଲକ୍ଷ୍ୟରେ ରହିଛି ରେଲୱେ ।

Share