Categories: ବାଣିଜ୍ୟ

ଦୁର୍ଗମ ଅଞ୍ଚଳରେ ଡିଜିଟାଲ କ୍ରାନ୍ତି

ଭୁବନେଶ୍ୱର,୨୮।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ତଥା ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓ ଓଡ଼ିଶାର ୪୭,୦୦୦ରୁ ଅଧିକ ଗାଁରେ ଉପଲବ୍ଧ ହେଉଥିଲାବେଳେ ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ତ୍ୱରାନ୍ବିତ କରିବା ଏବଂ ଡିଜିଟାଲ ବୈଷମ୍ୟ ଦୂରକରିବା ପାଇଁ କମ୍ପାନୀ ନିରନ୍ତର ଉଦ୍ୟମ ଜାରି ରଖିଛି। ଏପରିକି ଜିଓର ୪ଜି/୫ଜି ନେଟ୍‌ୱାର୍କ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ କ୍ରାନ୍ତି ସହ ବହୁ ହଜାର ଦୁର୍ଗମ ଗ୍ରାମକୁ ଡିଜିଟାଲ ସେବା ସହ ସଂଯୁକ୍ତ କରିଛି। ସେହିଭଳି ରାଜ୍ୟର ସବୁ ସ୍ଥାନରେ ବିଶ୍ୱସ୍ତରୀୟ ଡାଟା ସେବା ଉପଲବ୍ଧ କରାଇବା ପାଇଁ କମ୍ପାନୀର ପ୍ରତିବଦ୍ଧତା ସ୍ବରୂପ ପୂର୍ବରୁ ଆଧୁନିକ ଯୋଗାଯୋଗ ଭିତ୍ତିିଭୂମିର ଅଭାବ ରହିଥିବା ଅଞ୍ଚଳଗୁଡିକରେ ଜିଓ ୪ଜି/୫ଜି ନେଟ୍‌ୱର୍କ ସ୍ଥାପନ ଜାରି ରଖିଛି। ବିବିଧ ଭୌଗୋଳିକ ଆହ୍ବାନ ଓ ବାଧାବିଘ୍ନ ଅତିକ୍ରମକରି ଜିଓ ସଫଳତାର ସହ ତା’ର ବିଶ୍ୱସ୍ତରୀୟ ନେଟ୍‌ୱର୍କକୁ ଓଡ଼ିଶାର ୪୭,୦୦୦ରୁ ଅଧିକ ଗ୍ରାମକୁ ବିସ୍ତାର କରିଛି ଏବଂ ବର୍ତ୍ତମାନ ବି ଅପହଞ୍ଚ ରହିଥିବା ରାଜ୍ୟର ଅନ୍ୟାନ୍ୟ ସୁଦୂର ତଥା ଦୁର୍ଗମ ଗ୍ରାମଗୁଡ଼ିକରେ ନେଟ୍‌ୱର୍କ ସ୍ଥାପନ କରିବା କାର୍ଯ୍ୟ କରୁଛି। ଜିଓର ନିର୍ଭରଯୋଗ୍ୟ ଡାଟା ନେଟ୍‌ୱର୍କ ଏହି ଦୁର୍ଗମ ଅଞ୍ଚଳର ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ସେମାନଙ୍କର ତ୍ୱରିତ ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ପଥ ପରିଷ୍କାର କରିଛି।

Share