ନୂଆଦିଲ୍ଲୀ,୧୨।୧୨: ଏଣିକି ଭୋଟରଙ୍କୁ ଡିଜିଟାଲ ଭୋଟର କାର୍ଡ ମିଳିବ। ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ଏହି ପ୍ରସ୍ତାବ ଉପରେ ବିଚାର ବିମର୍ଷ ଜାରି ରହିଛି। ମୋବାଇଲ୍, ଓ୍ବେବସାଇଟ୍ ତଥା ଇ-ମେଲ୍ରେ ସାଇତି ରଖିହେବ। ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ତେବେ ଏହି ପ୍ରସ୍ତାବ ନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ଉଚ୍ଚ ଅଧିକାରୀ, ରାଜ୍ୟ ନିର୍ବାଚନ ଆୟୋଗ ଅଧିକାରୀ ଏବଂ ସାଧାରଣ ଲୋକେ ମତାମତ ପଠାଇବାରେ ଲାଗିଥିବା ନିର୍ବାଚନ ଆୟୋଗ ପକ୍ଷରୁସୂଚନା ଦିଆଯାଇଛି। ଏହାକୁ ପରିଚୟ ପତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ। ସୂଚନାଯୋଗ୍ୟ, ୧୯୯୩ରେ ପ୍ରଥମ ଥର ପାଇଁ ଫଟୋଯୁକ୍ତ ଭୋଟର କାର୍ଡର ପ୍ରଚଳନ କରାଯାଇଥିଲା। ଏବେ ଏହାର ଡିଜିଟାଲୀକରଣ ପାଇଁ ଯୋଜନା କରାଯାଉଛି। ଯାହାଦ୍ୱାରା ସହଜରେ ଭୋଟରଙ୍କୁ ଚିହ୍ନଟ କରାଯାଇ ପାରିବ।