Categories: ଜାତୀୟ

‘ ସମ୍ମାନଠାରୁ ମର୍ଯ୍ୟାଦା ବଡ଼ ’

ନୂଆଦିଲ୍ଲୀ,୧୭ା୨- ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମ୍ମାନର ଅଧିକାର ଆଗରେ ମହିଳାଙ୍କ ମର୍ଯ୍ୟାଦାକୁ ବଳି ପକାଯାଇ ପାରିବ ନାହିଁ। ସାମ୍ବାଦିକା ପ୍ରିୟା ରମାନୀଙ୍କୁ ଆପରାଧିକ ମାନହାନି ମାମଲାରେ ଛନ୍ଦିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.ଜେ. ଆକବରଙ୍କୁ ବୁଧବାର ଦିଲ୍ଲୀର ଏକ କୋର୍ଟ ଏହା ସ୍ପଷ୍ଟ ଭାବେ ଶୁଣାଇ ଦେଇଛନ୍ତି। ଏହା କେବଳ ଆକବରଙ୍କ ପାଇଁ ନୁହେଁ, ବରଂ ସାରା ଦେଶର ପୁରୁଷ ସମାଜକୁ ସୁଦୂରପ୍ରସାରୀ ଅଦାଲତୀ ସନ୍ଦେଶ।

ନୂଆଦିଲ୍ଲୀର ଅତିରିକ୍ତ ଚିଫ୍‌ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ରବୀନ୍ଦ୍ର କୁମାର ପାଣ୍ଡେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଏକ ଓପନ୍‌ କୋର୍ଟରେ ରାୟ ଶୁଣାଇଛନ୍ତି। ଅଦାଲତ ନିଜ ରାୟରେ କହିଛନ୍ତି, ଯୌନ ଶୋଷଣ ଆମତ୍ସମ୍ମାନ ଓ ଆମତ୍ବିଶ୍ୱାସକୁ ଶେଷ କରିଦିଏ। କୌଣସି ବ୍ୟକ୍ତିଙ୍କ ପ୍ରତିଷ୍ଠାର ସୁରକ୍ଷା କାହାର ସମ୍ମାନର ମୂଲ୍ୟ ଉପରେ କରାଯାଇପାରିବ ନାହିଁ।

Share