Categories: ଜାତୀୟ

ଅମିତଙ୍କୁ ଦିଗବିଜୟଙ୍କ ଜବାବ, ଜନତାଙ୍କ ହକ ପାଇଁ କଂଗ୍ରେସ ସହ ଅଛନ୍ତି ଭଗବାନ ରାମ

ନୂଆଦିଲ୍ଲୀ,୬ ।୮: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ କଂଗ୍ରେସ ଦେଶବ୍ୟାପି ପ୍ରଦର୍ଶନ କରୁଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ନେଇ ବିଭିନ୍ନ ପ୍ରକାର ଅଭିଯୋଗ ଆଣିଛି । ପ୍ରଥମେ ଭାଜପା ନେତା ଏହାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନକୁ ଦବାଇବାକୁ କଂଗ୍ରେସ ଏଭଳି କରୁଛି ବୋଲି କହୁଥିବା, ବେଳେ ଶୁକ୍ରବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସର କଳା ପୋଷାକକୁ ନେଇ ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିର ସହ ଯୋଡି ଦେଇଛନ୍ତି । ଏବେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଏହାର ଜବାବ ରଖିଛନ୍ତି । ସେ କହିଛନ୍ତି ଆମର ଲଢେଇ ସରକାରଙ୍କ ଜନବିରୋଧି ନୀତି ବିରୋଧରେ । ଏହାସହ କଗ୍ରେସ ନେତା ଆରଏସଏସର ନାଁ ନେଇ ଶାହାଙ୍କୁ ଟାର୍ଗେଟ କରିବାକୁ ବି ପ୍ରୟାସ କରିଛନ୍ତି ।
ଦିଗବିଜୟ ଟୁଇଟ କରି କହିଛନ୍ତି, ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ସତ୍ୟାଗ୍ରହକୁ ଦେଖି ଭାଜପା ନେତା ବିଚଳିତ ହୋଇଛନ୍ତି । ଏମାନେ କଳା ରଙ୍ଗକୁ ଦୋଷ ଦେଉଛନ୍ତି । ହେଲେ କଳା ରଙ୍ଗ ନ୍ୟାୟର ଦେବତା ନ୍ୟାୟାଧିଶ ଶନି ଦେବତାଙ୍କ ରଙ୍ଗ ଆଉ ଆମର ପୂରା ଲଢେଇ ସରକାରଙ୍କ ଦ୍ୱାରା ଅନ୍ୟାୟ ଭାବେ ଲଦି ଦିଆଯାଉଥିବା ଜନ ବିରୋଧି ନୀତି ବିରୋଧରେ ।
ଆଉ ଏକ ଟୁଇଟରେ ଦିଗବିଜୟ ଶାହାଙ୍କୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି ଅମିତ ଶାହା ଜି ଆପଣଙ୍କ ରାଜନୌତିକ ଜୀବନ ବୋଧହୁଏ ଆରଏସଏସରୁ ଆରମ୍ଭ ହୋଇନାହିଁ । ନହେଲେ ଆପଣ କଳା ରଙ୍ଗକୁ ଏତେ ଘୃଣା କରି ନ ଥାଆନ୍ତେ । ଆରଏସଏସର ସ୍ୱୟଂ ସେବକ କେଉଁ ରଙ୍ଗର ଟୋପି ପିନ୍ଧନ୍ତି ବୋଲି ଦିଗ୍‌ବଜୟ ପ୍ରଶ୍ନ କରିଛନ୍ତି । କଳା ରଙ୍ଗ ବିଷୟରେ ଆପଣ କିଛି ବୁଝିଲେ । ମୋଦି ସରକାରଙ୍କ ନୀତି ରାମରାଜ୍ୟର କଳ୍ପନାଠାରୁ ସମ୍ପୂର୍ଣ୍ଣ ବିପରିତ । ସରକାରୀ ଅଦୂରଦର୍ଶିତା ଯୋଗୁ ଜନତାଙ୍କ ହାଲ ଏବେ ବେହାଲ । ସେଥିପାଇଁ ଭଗବାନ ରାମ ବି ଜନତାଙ୍କ ହକ ପାଇଁ ଲଢୁଥିବା କଂଗ୍ରେସ ସହ ରହିଛନ୍ତି । ପ୍ରଭୁ ଶ୍ରୀରାମ କୃପାସିନ୍ଧୁ ଅଟନ୍ତି ତାଙ୍କରି କୃପାରୁ କଂଗ୍ରେସ ଜନତାଙ୍କୁ ଆଶ୍ୱସ୍ତି ଦେବ ନିଶ୍ଚୟ ।

Share