ଭୋପାଳ,୨୭।୩: ଭାଜପା ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂଙ୍କୁ ଇନ୍ଦୋର ଜିଲାକୋର୍ଟ ୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଉକ୍ତ ମାମଲାରେ ୬ ଜଣଙ୍କ ସମ୍ପୃକ୍ତି ଥିବା କୋର୍ଟ ପକ୍ଷରୁ କୁହାଯାଇଥିବାବେଳେ ପ୍ରମାଣ ଅଭାବରୁ ୩ ଜଣଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ଶନିବାର ସନ୍ଧ୍ୟାରେ ୨୫ ହଜାର ସିଓରିଟିରେ ୬ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ଷଡ଼ଯନ୍ତ୍ର କରି ତାଙ୍କୁ ଫସାଯାଇଥିବା ଦିଗ୍ବିଜୟ କହିଛନ୍ତି। ନ୍ୟାୟ ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି। ୨୦୧୧ରେ ଦିଗ୍ବିଜୟ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବାବେଳେ ଭାତୀୟ ଜନତା ଯୁବ ମୋର୍ଚ୍ଚା (ବିଜଓ୍ବୋଇଏମ୍) ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା। ଏଥିରେ କଂଗ୍ରେସ ଓ ବିଜଓ୍ବୋଇଏମ୍ କର୍ମୀ ମୁହାଁମୁହିଁ ହୋଇଥିଲେ। କଂଗ୍ରେସ କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବିଜଓ୍ବୋଇଏମ୍ ପକ୍ଷରୁ ଅଭିଯୋଗ କରାଯାଇଥିଲା।