Categories: ଜାତୀୟ

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ଏହି ମହିଳା, ଟିକେଟ୍‌ ପାଇଁ ଦିଗ୍‌ବିଜୟ ସିଂଙ୍କ ଶରଣରେ ପଶିଲେ: ଆଉ ତା’ପରେ…

ଭୋପାଳ,୨୨।୧: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଏମ୍‌ପି (ରାଜ୍ୟସଭାରୁ) ଦିଗ୍‌ବିଜୟ ସିଂ ବର୍ତ୍ତମାନ ଏହି ଚର୍ଚ୍ଚାରେ ଅଛନ୍ତି। କାରଣ- ରାଜନୀତି ନୁହେଁ ବରଂ ତାଙ୍କ ସହ ଜଡିତ ଏକ ଭିଡିଓ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ କ୍ଲିପ୍‌ରେ ସେ ଜଣେ ମହିଳାଙ୍କ ଉପରେ ଅତ୍ୟଧିକ ରାଗିଥିବାର ନଜର ଆସିଥିଲେ। ଏଥିରେ ରାଗିଯାଇ ବରିଷ୍ଠ କଂଗ୍ରେସ ନେତା ମହିଳାଙ୍କୁ ଏପରି ଅନେକ କଥା କହୁଥିବାର ଦେଖିବାକୁ ମିଳିଥିଲା।
ଏହି ଭାଇରାଲ ଭିଡିଓ ଫେବୃଆରୀ ୨୧ର ବୋଲି ଜଣାପଡିଛି। ଦିଗ୍‌ବିଜୟ ସିଂ ଗ୍ବାଲିଅର ସହରର ଏକ ଘରୋଇ ହୋଟେଲରେ କଂଗ୍ରେସ କର୍ମୀଙ୍କୁ ଭେଟିଥିଲେ। ଭିଡିଓରେ ସେ କଂଗ୍ରେସର ଭିଣ୍ଡ ଜିଲା ସଭାପତି ମାନସିଂହ କୁଶୱାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ହଠାତ୍‌ ଜଣେ ମହିଳା ଦିଗ୍‌ବିଜୟ ସିଂ ଆଡକୁ ଯାଉଥିବାର ନଜର ଆସିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଚାହୁଁଥିବା କହିଥିଲେ। ଦିଗ୍‌ବିଜୟଙ୍କ ସୁରକ୍ଷା କର୍ମୀ ମହିଳାଙ୍କୁ ଅଟକାଇଥିଲେ। ଏହି ସମୟରେ ଦିଗ୍‌ବିଜୟ ମଧ୍ୟ ରାଗିକି କୁହନ୍ତି, ତାଙ୍କୁ ବାହାରକୁ ନିଅ, ଏହି ମହିଳା ପାଗଳ ହୋଇଯାଇଛନ୍ତି।
ଏହି ମହିଳା କିଏ?
ଏହି ମହିଳାଙ୍କ ନାମ ଡକ୍ଟର ଲୀନା ଶର୍ମା। ସେ ଗ୍ବାଲିଅରର ବୋଲି ଜଣାପଡିଛି। ସେ ନିଜକୁ ଜାତୀୟ କିସାନ କଂଗ୍ରେସ ଫୋରମର ଜାତୀୟ ସଭାପତି ବୋଲି କହିଛନ୍ତି। ମୁଁ ଦିଗ୍‌ବିଜୟ ସିଂଙ୍କ ପାଇଁ ଏକ ଛୋଟ ପିଲା ପରି, କିନ୍ତୁ ସୁରକ୍ଷାକର୍ମରମାନେ ମୋତେ ହଇରାଣ କରୁଛନ୍ତି। ରଜା ସାହେବ ମୋର ଆଦର୍ଶ ଏବଂ ମୁଁ ତାଙ୍କ ଆଶୀର୍ବାଦ ସବୁବେଳେ ପାଇଛି। ମୁଁ ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଚାହୁଁଛି … ସେଥିପାଇଁ ମୁଁ ଚାହେଁ ଯେ ଯଦି ମୁଁ ବାରମ୍ବାର ସାରଙ୍କ ନଜରକୁ ଆସେ, ତେବେ ଟିକେଟ ନିଶ୍ଚିତ ହେବ।

 

 

Share