Advertisement

ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ଦିଗ୍‌ବିଜୟ: ୨୦୨୪ରେ ଭାରତକୁ ବି ନୂଆ ନେତା ମିଳିବାର ରହିଛି ଆଶା !

ନୂଆଦିଲ୍ଲୀ,୮।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ବିଜୟ ହୋଇଛି। ଏନେଇ କଂଗ୍ରେସ ନେତା ଦିଗ୍‌ ବିଜୟ ସିଂ ତାଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତିି। ସେ ଆମେରିକା ମତଦାତାଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେମାନଙ୍କର ପଦକ୍ଷେପ ପାଇଁ ଦିଗ୍‌ ବିଜୟ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଲୋକେ ଏକଜୁଟ ହୋଇ ନୂଆ ନେତା ବାଛି ଥିବା ସେ କହିଛନ୍ତି। ଏହା ସହିତ ଦିଗ୍‌ ବିଜୟ କହିଛନ୍ତି ଯେ, ଆଶା କରୁଛୁ ୨୦୨୪ ଭାରତରେ ହେବାକୁଥିବା ଲୋକସଭା ନିର୍ବାଚନରେ ମଧ୍ୟ ନୂଆ ନେତା କ୍ଷମତା ଦଖଲ କରିବେ। ଭାରତୀୟ ଭୋଟର ଏକଜୁଟ ହୋଇ ଏକ ନୂଆ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share