ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ପ୍ରକାଶ ପାଇବା ପରେ କଂଗ୍ରେସ ନେତା ଦିଗ୍ବିଜୟ ସିଂ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଉପରେ ବର୍ଷିଛନ୍ତି। ତାଙ୍କ ଯୋଗୁ ବିହାରରେ ଭୋଟ ଭାଗବଣ୍ଟା ହୋଇ ଭାଜପାର ବିଜୟ ପଥ ସହଜ ହୋଇଥିବା ବିଗ୍ବିଜୟ କହିଛନ୍ତି। ବୁଧବାର ଟୁଇଟ୍ କରି ଦିଗ୍ବିଜୟ ଏଭଳି କହିଛନ୍ତି। ଏବେ ଓଓ୍ବାଇସି ଏନ୍ଡିଏ ଅବା ମହାମେଣ୍ଟ କାହାକୁ ସହାୟତା କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଜାଣିଶୁଣି ଓଓ୍ବାଇସି ଏଭଳି କରିଥିବା ଦିଗ୍ବିଜୟ ଅଭିଯୋଗ କରିଛନ୍ତି।